କରୋନା ଯୁଧ୍ୟରେ ହାରିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରୋନା ଯୁଧ୍ୟରେ ହାରିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। ସେ କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମିବାରେ ଲାଗି ଥିଲା,ଏଥିପାଇଁ ତାଙ୍କର ଆଇସିୟୁରେ ଭର୍ତି କରାଯାଇଥିଲା ।ତାଙ୍କର ଅକ୍ସିଜେନ୍ ଲେବଲ୍ ଲଗାତାର କମୁଥିବା ବେଳେ ଏଥିରେ ସୁଧାର ନ ଆସିବାରୁ, ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ସେ ଗୁରୁତର ହୋଇପଡ଼ିଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଶନିବାର ତପୁ ମିଶ୍ର ଜୀବନ ଯୁଦ୍ଧ​‌ରେ ହାରିଯାଇଛନ୍ତି। ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି କଳାଜଗତ ।

‘କୁଳନନ୍ଦନ’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ କରିଥିବା ଏହି ସୁନାମଧନ୍ୟ ଗାୟିକା ଗତ ମାସରେ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହି ସମୟରେ ତାଙ୍କ ଫୁସଫୁସ କୋଭିଡର ଦ୍ୱାରା ସଂକ୍ରମିତ ହୋଇଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତପୁ ମିଶ୍ରଙ୍କୁ ଇକମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ। ଏ ନେଇ ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା ଗଣମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇବାକୁ ନିବେଦନ କରିଥିଲେ।

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ଚିକିତ୍ସା ପାଇଁ ସହାୟତା ଦେଇଥିଲା। ସେହିପରି ତପୁଙ୍କ ଫ୍ୟାନ ଏବଂ ସିନେ କଳାକାର ମାନେ ତପୁଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ହେଲେ ତପୁ କିନ୍ତୁ ସବୁ ଚେଷ୍ଟା ପ୍ରଚେଷ୍ଟାକୁ ପଛରେ ପକାଇ ଅସମୟରେ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଚାଲିଗଲେ ଆର ପାରିକୁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Jun 20 , 2021
ଗତ ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା, ମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ‘ଆଶୀର୍ବାଦ’ ଯୋଜନା । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୭୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]

You May Like

Breaking News

Pin It on Pinterest