
(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ବଜାରରେ ଅଗ୍ନି କାଣ୍ଡ ଜଳିଗଲା ଗୋଟିଏ ଫଳ ଦୋକାନ।ମତୋ ବଜାରରେ ଥିବା କୃଷ୍ଣ ଚନ୍ଦ୍ର ସାହୁଙ୍କ ଫଳ ଦୋକାନ ଆଜି ଭୋର ସମୟରେ ଅଗ୍ନି କାଣ୍ଡ ଘଟି ଲକ୍ଷା ଧିକ ଟଙ୍କା ର ସମ୍ପତି ଜଳିପୋଡି ନଷ୍ଟ ହୋଇଯାଇଛି।ସଙ୍ଗେ ସଙ୍ଗେ ଚାନ୍ଦବାଲି ଅଗ୍ନି ସମ ବିଭାଗ ଓ ଗଦି ଅଗ୍ନି ସମବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନି ସମ ବିଭାଗ ପହଞ୍ଚିବା ପୂର୍ବରୁ ଦୋକାନ ର ନଗଦ ଟଙ୍କା ଲକ୍ଷା ଧିକ ଟଙ୍କାର ଜିନିଷ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ଏଠି ଲୋକ ମାନେ ଦୁଇ ଦୁଇଟି ଅଗ୍ନି ସମ ବିଭାଗ କୁ ଖବର ଦେଇଥିଲେ ହେଁ ପହଞ୍ଚିବା ବିଳମ୍ବ ହେବାରୁ ଦୋକାନ ଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା କଥା ଲୋକେ କ୍ଷବ ପ୍ରକାଶ କରିଛନ୍ତି। ଅଗ୍ନି କାଣ୍ଡ ର କାରଣ ଅସ୍ପଷ୍ଟ ରହିଛି।



