
ଭୁବନେଶ୍ୱର:(ବାସ୍ତବକଥା):୨୭/୦୬ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ବର୍ଷା ପବ୍ଲିକେସନ୍ ପକ୍ଷରୁ ଭୁବନେଶ୍ୱରର ରେଡକ୍ରସ୍ ଭବନ ଠାରେ ଲୋକାର୍ପିତ ହୋଇଯାଇଛି ବରିଷ୍ଠ କବି ରମାକାନ୍ତ ଗୋଚ୍ଛାୟତଙ୍କ କବିତା ସଂକଳନ ‘ଲୋହିତ ସ୍ୱପ୍ନ’ ।
ଉକ୍ତ ଉତ୍ସବରେ ବିଶିଷ୍ଟ କଥାକାର ଓ କବି ଅଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିତା ସମ୍ପର୍କରେ ବହୁ ତାତ୍ତ୍ୱିକ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବି ଓ ଆଲୋଚକ ଅଶୋକ ମହାନ୍ତି ପୁସ୍ତକ ସମ୍ପର୍କରେ ପୁଙ୍ଗାନୁପୁଙ୍ଖ ଆଲୋଚନା କରିଥିଲେ । କବି କେଦାର ମିଶ୍ର ସଭାପତି ଭାବେ ସଭା ପରିଚାଳନା କରିବା ସହ କବିତାକୁ ନେଇ ନିଜର ବହୁ ମୂଲ୍ୟବାନ ମତ ପ୍ରଦାନ କରିଥିଲେ ।
କବି ରମାକାନ୍ତ ପୁସ୍ତକଟିର ରଚନା ସମ୍ପର୍କରେ ନିଜର ଲେଖକୀୟ ମତ ବ୍ୟକ୍ତ କରିଥିବା ବେଳେ ସଭାରେ ଉପସ୍ଥିତ ଓଡ଼ିଶାର ପ୍ରତିଷ୍ଠିତ ବହୁ ସାହିତ୍ୟିକ-ଲେଖକ ଓ ବୁଦ୍ଧିଜୀବୀମାନଙ୍କୁ କବି ଓ ପ୍ରକାଶକ ବାଦଲ ମହାନ୍ତି ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରିଥିଲେ ।




