କର୍କଟ ରୋଗୀଙ୍କ ନିମନ୍ତେ “ସମାଜ ମଙ୍ଗଳ ହୁଣ୍ଡି” ର ଶୁଭାରମ୍ଭ କଲା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ): ସଂପ୍ରତି ସାରା ଭାରତ ବର୍ଷ ରେ କର୍କଟ ରୋଗ ମୁଖ୍ୟ ସମସ୍ୟା ରେ ପରିଣତ ହୋଇଛି l ଏହି ଭୟାନକ ରୋଗ ରୋଗୀକୁ ଅତିଶୟ ଯନ୍ତ୍ରଣା ଦେବା ସହ ମୃତ୍ୟୁ ମୁଖକୁ ଟାଣି ନିଏ। ଏହି ଭୟାନକ ରୋଗ ଆଗରେ ଧନ ସମ୍ପତ୍ତି କିଛି କାମରେ ଆସେନାହିଁ।ଏହି ରୋଗୀ ମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏକ ନୂତନ ପ୍ରୟାସର ଶୁଭାରମ୍ଭ କରିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ “ସମାଜ ମଙ୍ଗଳ ହୁଣ୍ଡି” ନାମରେ ନାମିତ କରାଯାଇ ପ୍ରଥମ ଥର ଏହି କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଛି।

ଆଜି କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ ରେ ପଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ର ଗୁଣୁପୁର ପାଟଣା ଗ୍ରାମର ଶ୍ରୀ ସଂଜୀବ ତରାଇଙ୍କ ପୁଅର ନାମକରଣ ଉତ୍ସବରେ ଏହି ହୁଣ୍ଡି କୁ ରଖାଯାଇଥୂଲା ଏବଂ ନାମକରଣ ଉତ୍ସବ କୁ ଆମନ୍ତ୍ରିତ ବଦାନ୍ୟ ବ୍ୟକ୍ତିଙ୍କ ପ୍ରଦତ୍ତ ଅର୍ଥରାଶି କୁ ଏକ କର୍କଟ ପୀଡିତ ଙ୍କୁ ପ୍ରଦାନ କରାଯାଇଥିଲା l ଆଜି ଡେରାବିଶ ବ୍ଲକ ର ଠାକୁରପାଟଣା ର କର୍କଟ ପୀଡିତ ମୁରଲୀଧର ବାଇଙ୍କୁ ନିମନ୍ତ୍ରଣ କରା ଯାଇ ନୂତନ ବସ୍ତ୍ର ପ୍ରଦାନ ସହ ହୁଣ୍ଡୀର ସମସ୍ତ ଅର୍ଥ ପ୍ରଦାନ କରାଯାଇଥିଲା l ଏହିପରି ବିଭିନ୍ନ ଉତ୍ସବ ଓ ସାଂସ୍କୃତିକ କାଯ୍ୟକ୍ରମ ରେ ହୁଣ୍ଡୀ ସ୍ଥାପନ କରାଯିବ ଏବଂ କର୍କଟ ପୀଡିତ ଙ୍କୁ ପ୍ରଦାନ କରାଯିବ ଓ ସାରା କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ବ୍ଲକ ରେ ଏପରି କାଯ୍ୟକ୍ରମ ହେବ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀ ଦମନ ମହାନ୍ତି ପ୍ରକାଶ ଊଛନ୍ତି। ଏହିଭଳି ଗୋଟିଏ ନୂତନ ଚିନ୍ତାଧାରା ଓ ସାମାଜିକ କାଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ତଥା ବୁଦ୍ଧିଜୀବିମାନେ ପ୍ରଂଶସା କରିଛନ୍ତି l

ଆଜିର ଏହି କାଯ୍ୟେକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର‌ ପୂଜ୍ଯା ଯଶୋଦା ମା,ପୂଜ୍ଯା ମୋହିନୀ ମା, ପରାମର୍ଶଦାତା ଶ୍ରୀ ନିମାଇଁ ଚରଣ କର, ଟ୍ରଷ୍ଟ ର ଉପଦେଷ୍ଟା ଶ୍ରୀ ପ୍ରମୋଦ ନାୟକ, ଶ୍ରୀ ନିମାଇଁ ଚରଣ ଦାଶ, ଶ୍ରୀ ସୁରେନ୍ଦ୍ର ପରିଡା, ଶ୍ରୀ ପିତାମ୍ବର ସ୍ୱାଇଁ, ଶ୍ରୀ ନିହାର ରଞ୍ଜନ ଦାସ, ଶ୍ରୀ ବଳରାମ ମଲ୍ଲିକ, ଶ୍ରୀ ବାବୁରାମ ତରାଇ ଓ ସୁଶ୍ରୀ ପ୍ରୀତି ସମ୍ପୂର୍ଣ୍ଣା ତରାଇ ଉପସ୍ଥିତ ଥିଲେ ଳ

ସେୟାର କରନ୍ତୁ

Next Post

ସ୍ବାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅବସରରେ ପାରାଦ୍ଵୀପ ଠାରେ ଦକ୍ଷତା ଓ ଶିଳ୍ପର ମହାମିଳନ

Sun Jun 28 , 2026
ଜଗସିଂହପୁର(ପ୍ରଫୁଲ୍ଲ ସାହୁ): ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୂକୂଲ୍ୟରେ ପାରାଦ୍ଵୀପର ଜୟଦେବ ସଦନଠାରେ “ସ୍ବାବଲମ୍ବୀ ଯୁବା-ସମୃଦ୍ଧ ଓଡ଼ିଶା ସମାବେଶ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। “ବିକାଶର ଧାରା, ଓଡ଼ିଶା ସାରା” ର ଅହ୍ୱାନ ଆଧାରରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ଯୁବଶକ୍ତିକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ନୂଆ ମାର୍ଗଦର୍ଶନ ମିଳିଛି।ଏହି ଭବ୍ୟ […]

You May Like

Pin It on Pinterest