ଙ୍ଗାଙ୍ଗ୍ ଷ୍ଟାର ହାଇଦର ମୃତ୍ୟୁ ପରେ କେମିତି ଅଛି କେନ୍ଦ୍ରାପଡା…

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ଯାଏ ଧାରା ଜାରି ରହିବ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜମଧର ପଞ୍ଚାୟତ ମାନଙ୍କରେ କଡ଼ା କଟକଣା ଜାରି ହୋଇଛି ।

ସଂପୃକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରୀ ଦୋକାନ ସକାଳ ୭ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ । ହୋଟେଲରୁ ଲୋକ କେବଳ ପାର୍ସଲ ଆଣି ପାରିବେ । ଅନ୍ୟ ଦୋକାନ ଖୋଲିବା ଓ ଗାଡ଼ିମୋଟର ଚଳାଚଳରେ କଟକଣା ରହିବ । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।


ଅନ୍ୟ ପକ୍ଷରେ ହାଇଦରର ରଣପଡ଼ା ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ଆଇନଶୃଙ୍ଖଳା ଓ ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି । ସେହିପରି ଦୁହୁରିଆ, ତିନି ମୁହାଣୀ ଓ ଗରାପୁର ଅଞ୍ଚଳରେ ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗଣମାଧ୍ୟମ ପ୍ରତିନିଧିଙ୍କୁ ଙ୍କୁ ମାଡ଼ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Sun Jul 25 , 2021
ପ୍ରଭାତ ସାହା(ମାଲକାନଗିରି)୨୫ା୭ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ପରିଗଣିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜିଲ୍ଲା ରେ କାର୍ଯ୍ୟରତ ୩ ପ୍ରମୁଖ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା । ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ଦିନରାତି କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ […]

You May Like

Pin It on Pinterest