ହାଟଡିହି ଉଚ୍ଚ ବିଦ୍ୟାଳୟର ଗୁରୁଦିବସ ମହା ସମାରୋହରେ ପାଳିତ

ଆନନ୍ଦପୁର(ବାସ୍ତବ କଥା):ହାଟଡିହି ବ୍ଲକ ହାଟଡିହି ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ମହା ସମରରେ ପାଳିତ ହୋଇଯାଇ ଅଛି ।ଗୁରୁ ହେଉଛନ୍ତି ଗୁରୁ ବ୍ରହ୍ମ୍ଛା ଗୁରୁ ବିଷ୍ଣୁ ଗୁରୁ ହିଁ ମହେଶ୍ୱର ଗୁରୁ ବିନା ଜୀଵନ ଅନ୍ଧକାର ।ପ୍ରତିବର୍ଷ ସେପ୍ଟେମ୍ବର ମାସ ୫ତାରିଖ ରେ ଏହି ଦିନଟି ଗୁରୁଦିବସ ରୂପେ ରାଜ୍ୟ ଓ ଦେଶ ବାସୀ ପାଳନ କରୁଥିବା ବେଳେ,ହାଟଡିହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘଡେଇ ଙ୍କ ସଭାପତିତ୍ବ ରେ ନିଜର ଚିନ୍ତା ଚେତନା ସହ ଗୁରୁଙ୍କୁ ଭଲ ପାଇବାର ଅଭିଳାଷ, ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନିମଂତ୍ରଣ କରିବା ର ପ୍ରୟାସ ଆଜିର କାଯ୍ୟକ୍ରମଟିକୁ ଆଗେଇ ନେଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର କର ସମ୍ମାନ ଅତିଥି ଭାବେ ହାଟଡିହି ତସିଲ ଦାର ସଞ୍ଜୟ କୁମାର ସାମନ୍ତରାୟ ହାଟଡିହି ବ୍ଲକ ବିଡ଼ିଓ ରଞ୍ଜନ କୁମାର ପରିଡା ପୂର୍ବତନ ବିଧାୟକ ମାୟାଧର ଯେନା ଙ୍କ ସମେତ ପୁରାତନ ଶିକ୍ଷକ ନରହରୀ ପାଢ଼ୀ ଚିନ୍ତାମଣି ପ୍ରାଣିଗ୍ରାହୀ ସୂର୍ଯ୍ୟମଣୀ ରାଉତ ତ୍ରିଲୋଚନ ଜେନା ମଞ୍ଜୁଲତା ନାୟକ ଉଷାରାଣୀ ଦେବତା ମଧୁସୂଦନ ଯେନା ରତ୍ନାକର ପଣ୍ଡା ଶିଶିର କୁମାର କର ଯୋଗଦେଇ ଥିବା ବେଳେ ପୁରାତନ ଛାତ୍ର ଡକ୍ଟର ଗୌରହରୀ ଜେନା ଗଣେଶ୍ୱର ଜେନା ହାଟଡିହି ପଞ୍ଚାୟତ ସରପଞ୍ଚ ଚିନ୍ମୟ କୁମାର ନାୟକ ବିଦ୍ୟାଳୟ ଚେୟାରମ୍ୟାନ ଜଗତଜୀଵନ ରାମ ଗୋଲାମଦେବତା ସମେତ ବହୁ ପୁରାତନ ଛାତ୍ର ଯୋଗ ଦେଇଥିଲେ।

ବିଦ୍ୟାଳୟ ରେ ଆନନ୍ଦପୁର କୃଷି ବିଭାଗ ର ସମସ୍ତ କର୍ମଚାରୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ରେ ସମସ୍ତ ପ୍ରକାର ଚାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ।ସମସ୍ତ ଅଥିତି ମାନେ ବିଦ୍ୟାଳୟ ର ସଭାଗୃହ ରେ ପହଂଚିବା ପରେ ପୁଷ୍ପ ଗୁଚ୍ଛ ଉତ୍ତରିୟ ଦେଇ ସମ୍ବର୍ଦ୍ଧନାକରି କାଯ୍ୟକ୍ରମ ଆଗେଇ ନେଇଥିବା ବେଳେ ଗୁରୁ ଦିବସ କାଯ୍ୟକ୍ରମ ରେ ଅତିଥି ମାନେ ଗୁରୁ ଶିଷ୍ୟ ଙ୍କ ର ମହତ ଉଦ୍ଦେଶ୍ୟ ସମ୍ପର୍କିତ ଅଭିଭାଷଣ ରଖିଥିଲେ ।

ସେୟାର କରନ୍ତୁ

You May Like

Pin It on Pinterest