ବୃକ୍ଷର ଜନ୍ମ ଦିନ ପାଳନ କରି ସମାଜକୁ ବୃକ୍ଷ ହିଁ ଜୀବନର ବାର୍ତା ଦେଲେ ବୋଲବଂମ ଭକ୍ତ ଓ ବ୍ୟବସାୟୀ ସଂଘ

ପ୍ରଭାତ ସାହା (ମାଲକାନଗିରି) ୨୬/୦୭ ଦେଶ ତଥା ସାରାବିଶ୍ୱ କରୋନା କରାଳ ଛାୟାରେ ଭୟଭୀତ ରହିଥିବା ବେଳେ ଆଜି ସ୍ଥାନୀୟ ଡେଲି ମାର୍କେଟ ଛକ ଠାରେ ଏକ ପିସ୍ତା ବାଦାମ ଵୃକ୍ଷ ରୋପଣର ଏକ ବର୍ଷ ପୂର୍ତ୍ତି ଅବସରରେ ଵୃକ୍ଷଟିର ଜନ୍ମଦିବସ କୁ ପାଳି ସମାଜକୁ ପରିବେଶୀୟ ବାର୍ତା ଦେଇଛନ୍ତି ବୋଲବମ ଭକ୍ତ ଏବଂ ବ୍ୟବସାୟୀ ଗଣ । ସମଗ୍ର ବିଶ୍ୱରେ କରୋନା ମହାମରୀ ୨ରେ ସାରାଦେଶରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହୋଇଥିଲା ।

ଏହି ସମୟରେ ଲୋକଙ୍କ ମନରେ ପରିବେଶ ଏବଂ ବୃକ୍ଷ ରୋପଣ ପାଇଁ ଆଗ୍ରହ ସୃଷ୍ଟି ପାଇଁ ଆଜି ଏହି ଜନ୍ମଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ନିଗମାନନ୍ଦ ବେହେରା ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପ୍ରଦୀପ ଜେନା,ସନ୍ତୋଷ କୁମାର ସ୍ୱାଇଁ,ସୀମାଞ୍ଚଳ ପାଣିଗ୍ରାହୀ, ବିକାଶ ଗୁପ୍ତା, ଫ୍ରେଣ୍ଡସ ଗ୍ରୁପ ସଦସ୍ୟ ଚନ୍ଦନ ବଉଳ, ଗୋଲାପ ରଞ୍ଜନ ଜେନା, ସୁଶାନ୍ତ ବେହେରା ଙ୍କ ସହ ଏକ୍ସବୋର୍ଡ ସ୍କୁଲ ଶିକ୍ଷକ ବାଲାରାଜୁ ପାଢ଼ୀ, ପରିବେଶବିତ ଦୁର୍ଯ୍ୟୋଧନ ପାତ୍ର, ଓକିଲ ଶ୍ରୀ ଦିଲ୍ଲୀପ ପାତ୍ର ଏବଂ ଵ୍ୟଵସାୟୀଗଣ କେ ସୁରି ନାରାୟଣ, ସନ୍ତୋଷ ସାହୁ, ମହେଶ୍ବର ବଉଳ ଉପସ୍ଥିତ ରହିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ...

Tue Jul 27 , 2021
ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଦୀର୍ଘଦିନର ଅପେକ୍ଷା ପରେ ୨୬ ତାରିଖରୁ ଖୋଲିଲା ସ୍କୁଲ । ଏଥର କିନ୍ତୁ କୋଭିଡ କଟକଣାକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହିପରିପେକ୍ଷୀରେ ପୁରୀ ଜିଲ୍ଲାର ସତ୍ୟବାଦୀ ରେ ବିଭିନ୍ନ ବିଦ୍ୟାଳୟ ଏବେ ଖୋଲିଛି । ସ୍କୁଲରେ ମନିଟରିଙ୍ଗ  ଟିମ୍‌ ଗଠନ କରାଯାଇ ପିଲାଙ୍କ ଉପରେ ନଜର ରଖାଯାଉଛି ।ନବମ ଶ୍ରେଣୀ ରୁ ପାସ୍‌ ହୋଇ ଦଶମ ଶ୍ରେଣୀ ରେ ପାଦ ଥାପି […]

You May Like

Pin It on Pinterest