ହାଜରତ୍ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ ପ୍ରଶାସନିକ ବୈଠକ ଭଦ୍ରକ…

ବବିତା ସାମଲ(ଭଦ୍ରକ):ଆସନ୍ତା ୨୪ ତାରିଖରେ ଭଦ୍ରକରେ ପାଳିତ ହେବାକୁ ଥିବା ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ, ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଏସ୍‌.ପି. ଯତୀନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପିତାମ୍ବର ସାମଲ ପ୍ରମୁଖ ଏହି ବୈଠକରେ ଯୋଗଦେଇ ପର୍ବ ପାଳନ ନେଇ ଆଲୋଚନା ରଖିଥିଲେ ।ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁପାଳନ ପୂର୍ବକୁ ସବୁ ପର୍ବପର୍ବାଣୀ ପାଳନ ହେଉଥିବା ପରି ଏହି ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ ।

ଉପସ୍ଥିତ ଉତ୍ସବ ପାଳନ କମିଟିର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ କୋଭିଡ୍ ପାଇଁ ଉତ୍ସବ ପାଳନରେ କାଟଛାଣ୍ଟ କରିଥିବା ସୂଚନା ଦେଇଥିଲେ ।ପ୍ରଥମେ ଜୀବନ ତାପରେ ପାଳନ ବୋଲି ସେମାନେ ପ୍ରକାଶ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଏହି ପର୍ବ ପାଳନରେ ଫଳ ଭୋଗ ନେଇ ଆସିବାକୁଥିବା ବହୁ ସଂଖ୍ୟାରେ ଦର୍ଶକମାନଙ୍କୁ ବାରଣ କରାଯାଇଛି ।ସାଧାରଣ ଦର୍ଶନ ବା ଜନସମାବେଶକୁ ଦୂରେଇ ରଖିବା ପାଇଁ ସେଦିନ ଫାଟକ ବନ୍ଦ ରଖାଯିବ ବୋଲି ସୂଚନା ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ସାମ୍ବାଦିକ ସଂଘ ଭଦ୍ରକ ତରଫରୁ ବାର୍ଷିକ ଉତ୍ସବ ପାଳିତ...

Mon Sep 20 , 2021
ବବିତା ସାମଲ(ଭଦ୍ରକ): ଓଡିଶା ସାମ୍ୱାଦିକ ସଂଘ ଭଦ୍ରକ ତରଫରୁ ୧୦ ମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି|ଭଦ୍ରକ ଜିଲ୍ଲା ସଭାପତି ଜ୍ଞାନପାଣୀଙ୍କ ସଭାପତିତ୍ୱରେ ଆୟୋଜନ ସଭାରେ ଉଦଘାଟକ ଭାବେ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ ସମ୍ମିଳନୀକୁ ଉଦଘାଟନ କରିଥିଲେ | ଏହି ଅବସରରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ପିତାମ୍ବର ସାମଲ,ରାଜ୍ୟସଂଗଠନର ସାଧାରଣ ସମ୍ପାଦକ ଶଶୀଭୁଷଣ ପ୍ରହରାଜ, ରାଜ୍ୟ ସଂଯୋଜକ ବିଶ୍ୱରଂଜନ ପାଣିଗ୍ରାହୀ […]

You May Like

Pin It on Pinterest