ନିଶା କାରବାର ଉପରେ ପୋଲିଶର ବଡ଼ ଚଢ଼ାଉ, ୫୦ ଗ୍ରାମ ହେରୋଇନ ସହ ଦୁଇ ଗିରଫ…

ରାଉରକେଲା(ଲବ କିଶୋର ନାୟକ): ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିଶକୁ ନିଶା କାରବାର ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଏସ୍‌ଆଇ ବିଭୂତି ଭୂଷଣ ଖଟେଇ ଓ ତାଙ୍କ ଦଳ ସକାଳେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ବିସ୍ରା–ବଣ୍ଡାମୁଣ୍ଡା ରାସ୍ତାର ଫଟାପାଇପ୍ ନିକଟରେ ଚଢ଼ାଉ କରିଥିଲେ।

ଏହି ଚଢ଼ାଉ ବେଳେ ଦୁଇ ଜଣ ଯୁବକଙ୍କୁ ହେରୋଇନ ବିକ୍ରି ଉଦ୍ଦେଶ୍ୟରେ ରଖିଥିବା ଅଭିଯୋଗରେ କାବୁ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍ ଶିବଶଙ୍କର ନଗରର ଶିବ ସୋନି ଓରଫ ପୁକୁ (୩୦) ଏବଂ ସୋନୁ କୁମାର ଗୁପ୍ତା (୩୦)। ସେମାନେ ନିରୀହ ଲୋକଙ୍କ ସହ ସ୍କୁଲ ଓ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟ ବିକ୍ରି କରି ଅବୈଧ ଲାଭ ଅର୍ଜନ କରୁଥିବା ପୁଲିସ ଅଭିଯୋଗ କରିଛି।ଅଭିଯୁକ୍ତଙ୍କ ନିକଟରୁ ୫୦ ଗ୍ରାମ ହେରୋଇନ, ଦୁଇଟି ମୋବାଇଲ୍ ଫୋନ୍ ଏବଂ ନଗଦ ୧୨ ହଜାର ୬୦୦ ଟଙ୍କା ଜବତ କରାଯାଇଛି।

ଏହି ଘଟଣାରେ ପ୍ଲାଣ୍ଟସାଇଟ୍ ଥାନାରେ ଏନ୍‌ଡିପିଏସ୍ ଆଇନର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗିରଫ ଅଭିଯୁକ୍ତ ଶିବ ସୋନି ଓରଫ ପୁକୁଙ୍କ ବିରୋଧରେ ପୂର୍ବରୁ ଏକାଧିକ ଆପରାଧିକ ମାମଲା ରହିଛି। ଅନ୍ୟପକ୍ଷରେ ସୋନୁ କୁମାର ଗୁପ୍ତାଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି।ରାଉରକେଲା ସହରରେ ନିଶା କାରବାର ବିରୋଧରେ ଏଭଳି ଚଢ଼ାଉ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ପୋଲିଶ ପକ୍ଷରୁ ସୂଚନା ମିଳିଛି।

ସେୟାର କରନ୍ତୁ

Next Post

ବିଉଟି ମହାନ୍ତି ଙ୍କ ଆତ୍ମହତ୍ୟା ଘଟଣା ରେ କଟକ ଡି.ସି.ପି ଙ୍କ ପ୍ରତିକ୍ରିୟା....

Tue Jul 7 , 2026
କଟକ(ସଂଜୟ ଶତପଥୀ): କଟକ କମିଶନରେଟ୍ ପୋଲିସ୍ ଅଧୂନରେ ଥିବା କଟକ ଚାଉଳିଆଗଞ୍ଜ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ କଟକ ସହରବାସୀ ଏତେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯେଉଁ ସହର ରେ ପୋଲିସ୍ ସୁରକ୍ଷିତ ନୁହେଁ ତେବେ ଜନସାଧାରଣ କେମିତି ସୁରକ୍ଷିତ ରହିବେ। ଏହି ବିଷୟରେ ଗଣମାଧ୍ୟମ ସମ୍ମୁଖରେ କଟକ କମିଶନରେଟ୍ ପୋଲିସ୍ […]

You May Like

Pin It on Pinterest