ବିଉଟି ମହାନ୍ତି ଙ୍କ ଆତ୍ମହତ୍ୟା ଘଟଣା ରେ କଟକ ଡି.ସି.ପି ଙ୍କ ପ୍ରତିକ୍ରିୟା….

କଟକ(ସଂଜୟ ଶତପଥୀ): କଟକ କମିଶନରେଟ୍ ପୋଲିସ୍ ଅଧୂନରେ ଥିବା କଟକ ଚାଉଳିଆଗଞ୍ଜ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ କଟକ ସହରବାସୀ ଏତେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯେଉଁ ସହର ରେ ପୋଲିସ୍ ସୁରକ୍ଷିତ ନୁହେଁ ତେବେ ଜନସାଧାରଣ କେମିତି ସୁରକ୍ଷିତ ରହିବେ।

ଏହି ବିଷୟରେ ଗଣମାଧ୍ୟମ ସମ୍ମୁଖରେ କଟକ କମିଶନରେଟ୍ ପୋଲିସ୍ ଡି.ସି.ପି ଶ୍ରୀ ଋଷିକେଶ ଖୂଲାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ,ଶବ ବ୍ୟବଛେଦ ରିପୋର୍ଟ ଆସିଛି ଓ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଯାଇଛି।ଏଥିରେ କୌଣସି ଫାଉଲ୍ ପ୍ଲେ ନଥିବା ଜଣାପଡିଛି । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ। ଭିସେରା ରିପୋର୍ଟ କୁ ଅପେକ୍ଷା କରାଯାଇଛି । ଶରୀରର ଅନ୍ୟ କୌଣସି ଆଘାତ ନାହିଁ। ମୃତ ନିରୀକ୍ଷିକାଙ୍କ ମୋବାଇଲ ଫୋନ୍ ଲକ୍ ଥିଲା। ଫରେନସିକ ବିଶେଷଜ୍ଞ ଏହାକୁ ଖୋଲି ସମସ୍ତ ତଥ୍ୟ ଦେବେ। ଦୁଇ ତିନି ଦିନ ମଧ୍ୟରେ ତଥ୍ୟ ହସ୍ତଗତ ହେବ। ଏପର୍ଯ୍ୟନ୍ତ କାହାକୁ ଅଟକ ରଖାଯାଇନାହିଁ, ତଥାପି ତଦନ୍ତ ଚାଲିଛି।

ସେୟାର କରନ୍ତୁ

Next Post

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଶ୍ରୀ ସି. ପି.ରାଧାକୃଷ୍ଣନ୍....

Wed Jul 8 , 2026
ଭୁବନେଶ୍ବର(ବାସ୍ତବକଥା): ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ୍ ଆସନ୍ତାକାଲି, ୯ ଜୁଲାଇ ୨୦୨୬ରେ ଭୁବନେଶ୍ୱର ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର (ଏଲଓଏ) ପ୍ରଦାନ କରିବେ।ଏହି ଅବସରରେ ସେ ଓଡ଼ିଶା ଗଭୀର ସମୁଦ୍ର ମାଛ ଧରା ମିଶନ ଦସ୍ତାବିଜକୁ ମଧ୍ୟ ଉନ୍ମୋଚନ କରିବେ।ଆସନ୍ତାକାଲି […]

You May Like

Pin It on Pinterest