ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ ମା’କନକେଇ ଦେବୀଙ୍କ ଦୁର୍ଗା ପୂଜା ପାଳନ…

ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ ଙ୍କର ପିତା ସ୍ୱର୍ଗତ ରାଜାସାହେବ ଶରତ କୁମାର ଦେବ କଂର ପୂର୍ବ ପୁରୁଷଙ୍କ ଦ୍ବାରା ଆଳି ରାଜ ପ୍ରାସାଦ ରେ ଚାଲିଆସିଥିବା ମା କନକେଇ ଦେବୀଙ୍କ ଦୁର୍ଗା ପୂଜା ପାଳନ ହୋଇଆସୁଛି | ଉକ୍ତ ଦୁର୍ଗା ପୂଜା କୁ ଆହୁରି ଶରସ ସୁନ୍ଦର ଭାବରେ କରିବା ପାଇଁ ଦେବୀ ଦୁର୍ଗା ମାଆ ଙ୍କର ମୃଣଇ ମୂର୍ତ୍ତି ନିର୍ମାଣ ହେଉଛି |

ରାଜକିଅ ଢଙ୍ଗରେ ମହାଆଡ଼ମ୍ବର ରେ ଦେବୀଙ୍କ ଦୁର୍ଗା ପୂଜା ଦଶହରା ଦଶ ଦିନ ଧରି ପାଳନ କରାଯାଏ ଏବଂ ବର୍ତ୍ତମାନ ର କରୋନା ମହାମାରି ପାଇଁ ନିଡାମ୍ବର ଭାବରେ ଦୁର୍ଗା ପୂଜା ପାଳନ କରାଯାଉଛି | ବର୍ତ୍ତମାନ ର ସ୍ୱର୍ଗତ ରାଜାସାହେବ ଶରତ କୁମାର ଦେବ କଂର ଦ୍ୱୟ ପୁତ୍ର ବଡପୁଅ ଯୁବ ରାଜା ବ୍ରଜ କେଶରୀ ଦେବ ନିଜ ବଂଶାନୁକ୍ରମିକ ଦୁର୍ଗା ପୂଜା ସପ୍ତମୀ ଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଚାରି ଦିନ ଧରି ପୂଜାର୍ଚନ୍ନା କରିଥାନ୍ତି ଏବଂ ସାନ ପୁଅ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥାନ୍ତି |

ପାରମ୍ପରିକ ରୀତିକୁ ସମ୍ମାନ ଦେଇ, ଯୁବ ରାଜା ବ୍ରଜ କେଶରୀ ଦେବଙ୍କ ରାଜାଭିସେକ ପରେ, ମାଆ ଜଗତ ଜନନୀ ଦୁର୍ଗତି ନାଷିନୀ ସିଂହ ବାହିନୀ ଦୁର୍ଗା ଙ୍କୁ ବଳି ଆକାରରେ ମାଛ,ପାଣି କଖାରୁ, ଅଦା, ଆଖୁ ଓ ପଇଡ ଆଦି ଘାତକ ଙ୍କ ଦ୍ଵାରା ଦିଆଯାଇଥାଏ | ସଂଧ୍ୟା ସମୟ ରେ ଯୁବ ରାଜା ବ୍ରଜ କେଶରୀ ଦେବ ନିଆଳ ଗ୍ରାମ ପାଖରେ ଥିବା ପୁଷ୍କରଣୀ କୁ ଜଳକ୍ରିଡା ଚାପ ଡଙ୍ଗା ନେଇ ଶିକାର କରିବା ପାଇଁ ଯାଇଥାନ୍ତି|

ଆଳି ରାଜ ପ୍ରାସାଦ ର (ରାଜବାଟୀ)ଦୁର୍ଗା ପୂଜା ଦେଖିବାକୁ ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ଆଦି ଅଚଁଳବାସି କାହିଁ କେତେ ଦୁର ଦୂରାନ୍ତ ରୁ ଛୁଟି ଆସିଥାନ୍ତି ଓ ଦୋକାନ ବଜାର ଓ ମୀନାବଜାର ରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିଥାନ୍ତି | ଏହି ନିରାଡ଼ମ୍ବର ସାରଦିଅ ଦୁର୍ଗା ପୂଜାରେ,ସ୍ୱର୍ଗତ ରାଜାସାହେବ ଶରତ କୁମାର ଦେବ କଂର ପତ୍ନୀ ବର୍ତ୍ତମାନ ର ରାଜମାତା ଶୁଷ୍ରିଦେବୀ, ଦୁଇ ପୁଅ ଓ ଦୁଇ ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନବରାତ୍ରି ୨୦୨୧ ଅଷ୍ଟମ ଦିନ: ଦୁର୍ଗା ଅଷ୍ଟମୀ ବା ମହାଷ୍ଟମୀ ଆଜି ମା'ମହାଗୌରୀଙ୍କ ପୂଜା, ମାଙ୍କ ଭୋଗ,ପ୍ରିୟ ଫୁଲ ଏବଂ ରଙ୍ଗର ସମ୍ପୂର୍ଣ୍ଣ ପୂଜା ପଦ୍ଧତି ଜାଣନ୍ତୁ...

Wed Oct 13 , 2021
ବାସ୍ତବବ୍ୟୁରୋ(ଡ଼.ନବକିଶୋର ମିଶ୍ର)ମା’ ଦୁର୍ଗାଙ୍କୁ ସମର୍ପିତ ନବରାତ୍ରୀ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ନବରାତ୍ରିରେ, ମା ଦୁର୍ଗାଙ୍କର ନଅ ପ୍ରକାରର ରୂପରେ ରୀତିନୀତି ଅନୁଯାୟୀ ପୂଜା କରାଯାଏ | ଅକ୍ଟୋବର ୧୩ ହେଉଛି ନବରାତ୍ରୀଙ୍କର ଅଷ୍ଟମ ଦିନ |ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା ମହାଗୌରୀଙ୍କୁ ପୂଜା କରାଯାଏ। ମାତାର ରଙ୍ଗ ଅତ୍ୟନ୍ତ ନ୍ୟାୟଯୁକ୍ତ ହୋଇଥିବାରୁ ,ତାଙ୍କୁ ମହାଗୌରୀ ନାମରେ ଅବିହିତ କରାଯାଇଛି |ଶାସ୍ତ୍ର ଅନୁଯାୟୀ, ମା ମହାଗୌରୀ କଠିନ ତପସ୍ୟା କରି […]

You May Like

Pin It on Pinterest