କାର୍ଯ୍ୟରତ ସାମ୍ୱାଦିକଙ୍କ ସୁରକ୍ଷା,ସ୍ବୀକୃତି ଓ ପେନସନ ଦାବି କଲା ସାମ୍ବାଦିକ ସଙ୍ଘ…

କଳାହାଣ୍ଡି(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅର୍ଥାତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲଗାତାର ଅଣଦେଖା କରିବା ପ୍ରତିବାଦରେ ଆଜି ସାରା ରାଜ୍ୟରେ ତାତି ଦେଖିବାକୁ ମିଳିଛି। ଓଡ଼ିଶା ସାମ୍ବାଦିକ ୟୁନିୟନର ଆହ୍ୱାନ କ୍ରମେ ଆଜି କଳାହାଣ୍ଡି ସାମ୍ବାଦିକ ୟୁନିୟନର କାର୍ଯ୍ୟକାରୀ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ଜାଲ, ସାଧାରଣ ସଂପାଦକ ଶ୍ରୀ ସନ୍ତୋଷ ସିଂହଦେଓଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଵୋଭାଯାତ୍ରାରେ ଆସି କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ସଚିନ ପାୱାରଙ୍କୁ ସାକ୍ଷାତ କରି ସାମ୍ବାଦିକ ଙ୍କୁ ସୁରକ୍ଷା, ପେନସନ ଓ ସ୍ବୀକୃତି ପ୍ରଦାନ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସ୍ୱାଧୀନ ପାତ୍ର, ଶ୍ରୀ ଲଳିତ କାନୁନଗୋ, ଶ୍ରୀ ଦେବେନ୍ଦ୍ର ବିଶି, ଶ୍ରୀ ଅଜିତ ସିଂଙ୍କ ସହିତ ସଙ୍ଘର ଉପସଭାପତି ଶ୍ରୀ ମନମୋହନ ପ୍ରଧାନ, ଶ୍ରୀ ଗଜେନ୍ଦ୍ର ସାହୁ, ସଂଗଠନ ସଂପାଦକ ଶ୍ରୀ ଅଂଶୁମାନ ପାତ୍ର, ସଂପାଦକ ଶ୍ରୀ ରାଜକୁମାର ସିଂହଦେଓ, ଶ୍ରୀ ଶିବାନନ୍ଦ ନାୟକ, ଶ୍ରୀ ଭଜଶ୍ୟାମ ସାହୁ, ଶ୍ରୀ କ୍ଷମାନିଧି ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶ୍ରୀ କୈଳାସ ସାହୁ, ଶ୍ରୀ ଖଗେଶ୍ୱର ଧଙ୍ଗଡ଼ାମାଝୀ, ଶ୍ରୀ ସୁଶୀଲ କୁମାର ବାଗ, ଶ୍ରୀ ସନ୍ତୋଷ ତୁଳ, ଶ୍ରୀ ରମେଶ ଚନ୍ଦ୍ର ନାୟକ, ଶ୍ରୀ ଗୋପାଳଦାସ ମହାନନ୍ଦଙ୍କ ସହିତ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ସାମିଲ ହୋଇଥିଲେ

ସେୟାର କରନ୍ତୁ

You May Like

Pin It on Pinterest