
କଟକ(ବାସ୍ତବକଥା): କଟକ ମହାନଗର ନିଗମ ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ତିନିଘରିଆ ଗ୍ରାମର ଗୋପିନାଥ ଜୀଉ କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଓ ନିଶୁକ ଫିଜିଓ ଥେରାପି ଶିବିର ଅନୁଷ୍ଠିତ ହୋଇଥିଲା ।
ତିନିଘରିଆ ୟୁ.ପି, ସ୍କୁଲ ପ୍ରାଙ୍ଗଣେ ଅନୁଷ୍ଠିତ “ରକ୍ତଦାନ ମହାପୂଣ୍ୟ” କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁପାଟଣା ଥାନାର ଆଇ ଆଇ ସି ଶ୍ରୀଯୁକ୍ତ ଶ୍ରୀ ଚିତ୍ତରଞ୍ଜନ ରାଉତ ଯୋଗଦେଇ ରକ୍ତଦାନ ମହାପୂଣ୍ୟ ଓ ରକ୍ତଦାନ କରି ସମାଜକୁ ସୁସ୍ଥ ଓ ସୁରକ୍ଷିତ ରଖିବାକୁ ରକ୍ତଦାତା ମାନଙ୍କୁହି ଉତ୍ସାହିତ କରିବାସହିତ ,ରକ୍ତଦାନ କରନ୍ତୁ ଓ ଜୀବନ ବଞ୍ଚାଇ ଦିଅନ୍ତୁବୋଲି ବୁଝାଇଥିଲେ । ସମ୍ମାନିତ ଅତିଥିଭାବେ କଂଗ୍ରେସ ନେତା ସୁରେଶ ମହାପାତ୍ର, କର୍ପୋରେଟର ରାକେଶ ସ୍ବାଇଁ, ସମାଜସେବୀ ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀ ଯୋଗଦେଇ ରକ୍ତଦାନ କରୁଥିବା ଯୁବକ, ଯୁବତୀ ମାନଙ୍କୁ ରକ୍ତଦାନ କରନ୍ତୁ ଓ ଜୀବନ ବଚାନ୍ତୁକହି ଉତ୍ସାହିତ କରିଥିଲେ ।
ରବିନ୍ଦ୍ର କୁମାର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ତିନିଘରିଆ ଗ୍ରାମର ଅଧୁକାରୀ ପ୍ରଣୟ ଖୁଣ୍ଟିଆ, ମହନ୍ତ ନିରୋଧ ସ୍ବାଇଁ,ସଞ୍ଜୟ ବେହେରା,ସୁଭାସିସ ଖୁଣ୍ଟିଆ, ଦିପକ ବେହେରା,ଶୀତୋକାନ୍ତ ବେହେରା, ନିର୍ମଳ ସ୍ବାଇଁ,ଅଭିଷେକ୍ ବସ୍ତିଲ, ବିପିନ ବସ୍ତିଆଙ୍କ ସମେତ କ୍ଲବ ର ସମସ୍ତ କର୍ମକର୍ତ୍ତା,ମୁରବି ଉପସ୍ଥିତ ଥିଲେ ଏବଂ ଫିଜିଓ ଥେରାପିର ମୁଖ୍ୟ ଡାକ୍ତର ସାସ୍ମିତା ସୁତିସ୍ମିତା ନିଶ୍ଚୁକ ଫିଜିଓ ଥେରାପିରେ ସମ୍ପୂର୍ଣ ସହଯୋଗ କରିଥିବେଳେ, ଏସ୍,ସି,ବି,ମେଡିକାଲ କଲେଜ ର ଡାକ୍ତର ଚିନ୍ମୟ ରଞ୍ଜନ ସ୍ବାଇଁ, ଓ ତାଙ୍କର ଟିମ୍ ରକ୍ତଦାନ ଶିବିର ରେ ସମ୍ପୂର୍ଣ ସହଯୋଗ କରିଥିଲେ । ୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।



