
ଆଶିଷ ନାୟକ(ରାଜକନିକା)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶଙ୍କୁ ତଦନ୍ତ ପରିସରକୁ ଆଣିବା ସହ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି ଉଠିଛି | ମମିତା ମେହେରଙ୍କ ନ୍ୟାୟ ପାଇଁ ଦୁଇ ଜଣ ମନ୍ତ୍ରୀ ଙ୍କର ବହିଷ୍କୃତକୁ ନେଇ ସାରା ରାଜ୍ୟରେ ବିଜେପି ର ଆନ୍ଦୋଳନ ଜାରି ରହିଛି | ଏହି ପରିପେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ବିଜେପି ତରଫରୁ ରାଜକନିକା ବ୍ଲକ ଘେରାଉ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ ଦୋଳଗୋବିନ୍ଦ ନାୟକ ,ଜିତା ଦାସ, କେନ୍ଦ୍ରାପଡା ଜିଲ୍ଲାର ବିଜେପି ମହିଳା ସଭାନେତ୍ରୀ ଶ୍ରୀ ମତି ବର୍ଷା ପ୍ରିୟଦର୍ଶନୀ ନନ୍ଦ, ନିହାର ରଂଜନ ନାୟକ, ନିହାର ରଂଜନ ସ୍ବାଇଁ, ରାଜେନ୍ଦ୍ର ବେହେରା, ବରିଷ୍ଠ ବିଜେପି ନେତା ବେଣୁଧର ପରିଡା,ମନୋରଞ୍ଜନ ସେନାପତି କଂ ସହିତ ବିଜେପି ର ଦଳୀୟ କର୍ମୀ ଉପସ୍ଥିତ ଥିଲେ ଏବଂ ଓଡିଶା ରାଜ୍ୟ ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଙ୍କର କୁଶପୁତ୍ତଳିକା ଦାହ କରାଯାଇ ଥିଲା |
ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖିଆଗରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିଲା |ରାଜକନିକା ଥାନାର ଆଇ ଆଇ ସି ଶ୍ରୀ ଯୁକ୍ତ ଉମାକାନ୍ତ ନାୟକ କଂ ସହିତ ପୋଲିସ ଫୋର୍ସ ମୁତୟନ କରାଯାଇ ଥିଲା |
