ଧାମରା ବନ୍ଦର ମୁଖ୍ୟ ଫାଟକ ନିକଟରେ ଆସନ୍ତା ୧୭ ତାରିଖ ବିଜେପି କରିବ ଆନ୍ଦୋଳନ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୯/୧୧-ଧାମରା ବନ୍ଦର କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟ କଳାପ ବିରୋଧରେ ଆଜି ମା ଧାମରେଈ ମଣ୍ଡଳ ତରଫରୁ ମତୋ ବିଜେପି କାର୍ଯାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ଧାମରା ବନ୍ଦର( ଆଦାନୀ) ବିରୋଧରେ ବିଜେପି ରଣହୁଙ୍କାର ଦେଇଛି।ଯେତେବେଳେ ଧାମରାରେ ଆଦାନୀ କମ୍ପାନୀ ସ୍ଥାପିତ ହେଲା ସେତେବେଳେ ଚୁକ୍ତି ହୋଇଥିଲା ଯେ ପ୍ରଥମେ ଭଦ୍ରକ ଜିଲ୍ଲା ର ଥିବା ବେକାରୀ ଯୁବକ ଯୁବତୀ ମାନଙ୍କୁ ଯୋଗ୍ଯତା ଭିତିକ ଚାକିରୀ ଦେବା ଲାଗି କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ଆଖପାଖ ଅଞ୍ଚଳର ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଯାଉଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ବାହାର ରାଜ୍ୟର ପିଲାମାନଙ୍କୁ ଆଣି ଧାମରା ବନ୍ଦର ରେ ଚାକିରି ଦେଉଛନ୍ତି।

କମ୍ପାନୀ ଯାହା ଲାଭ କରିବ ତାହାର ଅଧା ଧାମରା ଅଞ୍ଚଳ ର ଉନ୍ନତି କରଣ କରିବ ବୋଲି ଚୁକ୍ତି ହୋଇଥିବା ବେଳେ ଏବେ କିନ୍ତୁ ତାହା ଓଲଟା ଦେଖିବାକୁ ମିଳିଛି ବୋଲି ବିଜେପି ସୂଚନା ଦେଇଛି। ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା ଓ ଗମନା ଗମନ ପାଇଁ ମଧ୍ୟ କୈଣସି ସୁବିଧା ସୁଯୋଗ ନାହିଁ ବୋଲି ମା ଧାମରେଈ ମଣ୍ଡଳ ତରଫରୁ ଗଣମାଧ୍ୟମ ଆଗରେ ପ୍ରତିବାଦ କରିଛନ୍ତି।

କେତେଜଣ ନିର୍ଦିଷ୍ଟ ରାଜନୈତିକ ଦଳର ଅସାଧୁ ବ୍ଯକ୍ତି ଙ୍କ ର ଧାମରା ବନ୍ଦର ପାଲଟିଛି ହାତବାରିସି ବୋଲି କହିଛନ୍ତି। ଲୋକ ମାନଙ୍କ ର ଏହି ସବୁ ମୌଳିକ ସମସ୍ୟା କୁ ନଜରରେ ରଖି ବିଜେପି ଗତ ସାତ ଦିନ ତଳେ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହାର କୈଣସି ସୁଫଳ ମିଳି ନଥିବାକଥା ଦଳର ବରିଷ୍ଠ ନେତା କାହ୍ନୁ ଚରଣ ବେହେରା କହିଛନ୍ତି। ଯଦି ଏହିଦାବି ଗୁଡିକ ର କୈଣସି ସ୍ଥାୟୀ ଉପଚାର ଧାମରା ବନ୍ଦର ନକରେ ତାହାହେଲେ ଆସନ୍ତା ୧୭ତାରିଖ ଦିନ ଧାମରା ବନ୍ଦର ମୁଖ୍ୟ ଫାଟକ ନିକଟରେ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନଭେମ୍ବର ୧୬ରୁ,ଏହି ୪ ଟି ରାଶିର ଭଲ ଦିନ ଆରମ୍ଭ ହେବ …

Wed Nov 10 , 2021
ଡ଼.ନବକିଶୋର ମିଶ୍ର-ଜ୍ୟୋତିଷ ଶାସ୍ତ୍ରରେ ରବିଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି | ରବିଙ୍କ ଚଳନ ଅବଧି ୩୦ ଦିନ ଅଟେ | ପ୍ରତି ମାସରେ ରବି ଗୋଟିଏ ରାଶି ରୁ ଅନ୍ୟଟିରେ ପ୍ରବେଶ କରନ୍ତି | ନଭେମ୍ବର ୧୬ ରେ,ରବି ବିଛା ରାଶିକୁ ଚଳନ କରିବେ ଏବଂ ଡିସେମ୍ବର୧୬ ପର୍ଯ୍ୟନ୍ତ ଏହି ରାଶିରେ ରହିବେ | ଏହା ପରେ ଏହା ଧନୁ ରାଶିକୁ ଚଳନ କରିବେ | କିଛି ରାଶି […]

You May Like

Pin It on Pinterest