
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୦/୧୧-ଚାନ୍ଦବାଲି ବ୍ଲକର ତୋଟାପଡା ଓ ବଜରାପୁର ପଂଚାୟତରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବ୍ଲକର ଦୁଇ ପଂଚାୟତର ୪୪ ପରିବାର ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏଥିନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଏହି ମିଶ୍ରଶ ପର୍ବରେ ବ୍ଲକ ଅଦକ୍ଷାଙ୍କ ପ୍ରତିନିଧି ରଂଜନ ସାହୁ, ବିବେକାନନ୍ଦ ଦିକ୍ଷିତ, ଯୁବନେତା ପ୍ରିନ୍ସ ରାକେଶ ନାୟକ,ଯୁବନେତା ପପୁ ସାହୁ ,ନେରଶ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।



