
ସୋମ୍ୟ ରଞ୍ଜନ(କୋଣାର୍କ)- ଆଜି ଠାରୁ ସାତ ଦିନ ଧରି ପାଳିତ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ।ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ମଧ୍ୟ ଏହାକୁ ପାଳନ କରାଯାଇଛି । ASI ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ମନ୍ଦିର କୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର୍ଯ୍ୟଟକ ମାନେ ବିନା ଟିକେଟ ରେ ସୂର୍ଯ୍ୟ ମନ୍ଦିର ବୁଲିବାର ସୁଯୋଗ ପାଇଥିଲେ।
ବିଶ୍ୱ ଐତିହ୍ୟ ଦିବସ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ସମ୍ବନ୍ଧିତ ତଥ୍ୟ କୁ ଗ୍ୟାଲେରୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଆଜିର ଦିବସ କୁ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ASI ର ସୁପରିଟେଣ୍ଡେଟ ଅରୁଣ ମଲ୍ଲିକ ଙ୍କ ସହ ଅନ୍ୟ ସମସ୍ତ ଅଧିକାରି ମାନେ ଉପସ୍ଥିତ ଥିଲେ। ଏହି ଦିବସ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା 25 ତାରିଖ ରେ ଶେଷ ହେବ।