ହକ ପାଇଁ ତାତିଲେ ଆଦିବାସୀ, ସଶସ୍ତ୍ର ଆନ୍ଦୋଳନ ପାଇଁ ସଜବାଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ…

ବଲାଙ୍ଗୀର(ବିମଲ ଯୋଶୀ):୩।୧- ହକ ପାଇଁ ତାତିଲେ ଆଦିବାସୀ, ସଶସ୍ତ୍ର ଆନ୍ଦୋଳନ ପାଇଁ ସଜବାଜ ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଆଦିବାସୀ । ଆଗାମୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରୁ ଆଦିବାସୀଙ୍କୁ ବାଦ ଦିଆଯାଇଥିବାରୁ ମେଲିହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ଏହାକୁନେଇ ଅଭିଯୋଗ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କିଛି ସମୟ ଧରି ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି । ପୋଲିସ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ସହ ୧୫ଜଣ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସରପଞ୍ଚ ବସିଛନ୍ତି ଅନଶନରେ...

Mon Jan 3 , 2022
ଭଦ୍ରକ(ବବିତା ସାମଲ):୩/୦୧- ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସରପଞ୍ଚ ବସିଛନ୍ତି ଅନଶନରେ । ଏହି ଅନଶନରେ ଭଦ୍ରକ ଜିଲ୍ଲା ଦୋଳସାହି ଓ କେଦାରପୁର ପଞ୍ଚାୟତବାସୀ ସମୂହ ଭାଗନେଇଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ରାଢ଼ଙ୍ଗ, ଗାଜିପୁର ଓ ସେରପୁର ଗ୍ରାମଦେଇ ଗୋରମାଟି ପର୍ଯ୍ୟନ୍ତ ଯାଇଥିବା PMGSY ରାସ୍ତା ଯାହାର ପେକେଜ ନମ୍ବର ଓଆର 04-306/Bର ରସ୍ତା କାମ ପାଇଁ ଅର୍ଡର ହୋଇଥିଲା ।ହେଲେ କାର୍ଯ୍ୟର […]

You May Like

Pin It on Pinterest