୩ ଟି ନଦୀରୁ ମୋଟ ୩୫ କୁମ୍ଭୀର ସହ ୪୬ ପ୍ରଜିତିର ୧୩ ହଜାର ୫୧୬ ପକ୍ଷୀ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୩/୦୧/୨୦୨୨ – ଭଦ୍ରକ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଅଧୀନରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହେବା ସହ ସରକାରୀ ସ୍ତରରେ ରିପୋର୍ଟ ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲାର ନଦୀ ନାଳ ଘେରା ଚାନ୍ଦବାଲି ଡ଼ିଭିଜନ ପକ୍ଷରୁ ବୈତରଣୀ, ସାଳନ୍ଦି ଓ ମନ୍ତେଇ ନଦୀରୁ ୬ ରୁ ୭ ତାରଖ ଯାଏ କୁମ୍ଭୀର ଗଣନା ଓ ୭ ରୁ ୧୦ ପକ୍ଷୀ ଗଣନା କରାଯାଇ ଥିଲା ।
ଏହି କାର୍ଯ୍ୟରେ ଭଦ୍ରକ ଜିଲ୍ଲା ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଚାନ୍ଦବାଲି ଡ଼ିଭିଜନର କୁମ୍ଭୀର ଗଣନାରେ ୨ ଟି ଟିମ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏଥରେ କୁମ୍ଭୀର ବିଶାରଦ ସୁଧାକର କର ନେତୃତ୍ଵ ନେଇଥିଲେ । ଏବର୍ଷ ୨୦୨୧-୨୨ ବର୍ଷରେ ମୋଟ ୩ ଟି ନଦୀରୁ ୩୫ ଟି କୁମ୍ଭୀର ଗଣନା କରାଯାଥିବା ବେଳେ ୪୬ ପ୍ରଜାତିର ମୋଟ ୧୩ ହଜାର ୫୧୬ ପକ୍ଷୀ ଗଣନା କରାଯାଇଛି ବୋଲି ଭଦ୍ରକ ବନ୍ୟପ୍ରାଣୀ ବନ ବିଭାଗର ଅଧ୍ୟାକାରୀ ଅଧର କୁମାର ବେହେରା ସୂଚନା ଦେଇଛନ୍ତି ।



