
ରାଉରକେଲା(ବଳିଆ ନାୟକ)୩୦/୫:ରାଉରକେଲା ଅବକାରୀ ଜିଲ୍ଲାର ୨୦୨୬-୨୭ ବର୍ଷ ପାଇଁ,୩୫ ଗୋଟି ବିଦେଶୀ ଠିପିବନ୍ଦ ମଦ ଦୋକାନ ବନ୍ଦୋବସ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୩୨ ଗୋଟି ମଦ ଦୋକାନ ପାଇଁ ୪୮୧ ଜଣ ଆବେଦନକାରୀ ସମୁଦାୟ ୯୪୦ ଗୋଟି ଦରଖାସ୍ତ ପକାଇଥିଲେ।
ଶୁକ୍ରବାର ୨୯ ତାରିଖ ସକାଳ ୯ ଘଟିକା ଠାରୁ ରାଉରକେଲା ମହାନଗର ନିଗମ କାଉନସିଲ ହଲରେ ଲଟେରୀ ଉଠାଣ ପ୍ରକ୍ରିୟା ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଥିଲା । ଜିଲ୍ଲାପାଳ ଆଖିରେ କଳା ପଟି ବାନ୍ଧି ଲଟେରୀ ଉଠାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଲଟେରୀ ପ୍ରକ୍ରିୟାରେ ସମୁଦାୟ ୩୨ ଜଣଙ୍କୁ ବିଜେତା ଘୋଷଣା କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ, ସରୋଜ କୁମାର ପଟ୍ଟନାୟକ, DIO, NIC, କାନ୍ଦରା ହେମ୍ବ୍ରମ, ଅବକାରୀ ଅଧୀକ୍ଷକ ଧନେଶ୍ଵର ବରାଡ, ଅତିରିକ୍ତ ତହସିଲଦାର ମୁକେଶ କୁମାର ପୃଥାଳ, ଅବକାରୀ ନିରୀକ୍ଷକ ମୋହନ ପ୍ରଧାନ, ହେମନ୍ତ ମହାନନ୍ଦିଆ ଓ ଦିଲ୍ଲିପ କୁମାର ନାୟକ ପ୍ରମୁଖ ସୁପରିଚାଳିତ କରିଥିଲେ l
୩ ଗୋଟି ଦୋକାନ ପାଇଁ କୌଣସି ଆବେଦନ ପତ୍ର ବା ଦରଖାସ୍ତ ପଡିନଥିଲା।



