
ବବିତା ସାମଲ(ଭଦ୍ରକ): ୨୬/୦୧-ନିରାଡ଼ମ୍ବର ଭାବେ ଭଦ୍ରକ ସହରରେ ଏଥର ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ସରକାରଙ୍କ କରୋନା କଟକଣାକୁ ମାନି ଷ୍ଟାଡିୟମ୍ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।ପୂର୍ବରୁ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଏଥର ୭୩ ତମ ସାଧାରଣତନ୍ତ୍ର ଦିବସ ନିରାଡ଼ମ୍ବର ଭାବେ ପାଳିତ ହେଉଛି ।



