
ନବୀନ ସାହୁ(ଜଳେଶ୍ୱର):୩୦/୦୧-ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁଙ୍କ ମହାନତା ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।ଦୁର୍ଘଟଣାର ଶୀକାର ହୋଇଥିବା ଵ୍ୟକ୍ତିକୁ ଜାତୀୟ ରାଜପଥରୁ ଉଦ୍ଧାର କରି ନିଜ ସରକାରୀ ଗାଡିରେ ଡାକ୍ତରଖାନାକୁ ନେଇ ମହାନତା ଦେଖାଇଛନ୍ତି ବିଡ଼ିଓ ।
ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଜୁଣ ବଳଦା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କର ଦୁର୍ଘଟଣା ହୋଇଥିଲା। ସେହି ସମୟରେ ସରକାରୀ ଗାଡ଼ିରେ ଫେରୁଥିଲେ ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁ ।ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ବିଡ଼ିଓ ଗୁରୁତର ଅବସ୍ଥାରେ ତାଙ୍କ ସରକାରି ଗାଡ଼ିରେ ନେଇ ବସ୍ତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କରାଇଥିଲେ।



