
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୭/୦୨-ଆଉ ମାତ୍ର କିଛି ଘଣ୍ଟା ପରେ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ଏହି ଶେଷ ଦିନରେ ନିଜ ପାର୍ଥି ମାନଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ବିଧାୟକ ଡ଼ଃ ବ୍ୟାମକେଶ ରାୟ ।
୧ ନମ୍ବର ଜୋନର ଜିଲ୍ଲା ପରିଷଦ ପାର୍ଥି ପ୍ରିନ୍ସ ରାକେଶ ନାୟକଙ୍କ ସହିତ ମାଧପୁର ସରପଞ୍ଚ ପାର୍ଥି ବିନୋଦ ଦାସ ,ସମିତିସଭ୍ୟା ପାର୍ଥିନି ଲୀଳାବତୀ ଦାସ ଏବଂ ବିଜୁଜନତା ଦଳର ସାଧାରଣ ସମ୍ପାଦିକା ଏଲିନା ଦାସଙ୍କ ସହ ଏକ ବିଶାଳ ବାଇକ ରାଲିରେ ମାଧପୁର ପଂଚାୟତରେ ପ୍ରଚାର କରିଥିଲେ ।
ସେହିପରି ଚଡ଼ଦିଆ ପଂଚାୟତରେ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ପାର୍ଥିନି ଗୀତାଞ୍ଜଳି ଦାସ ,ସରପଞ୍ଚ ପାର୍ଥିନି ନିରୁପମା ମାଝି ,ସମିତି ସଭ୍ୟ ପାର୍ଥି ବିଶ୍ୱଜିତ ମଣ୍ଡଳଙ୍କ ସହ ପ୍ରଚାର କରିଥିଲେ । ଚାନ୍ଦବାଲି ବ୍ଳକରେ ବିକାଶର କାର୍ଯ୍ୟ ଜାରି ରଖିବାକୁ ବିଜୁଜନତା ଦଳ ସମର୍ଥିତ ସମସ୍ତ ପାର୍ଥିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ ।



