
ନବୀନ ସାହୁ(ଜଳେଶ୍ବର): ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ର, ଭାରତ ସରକାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି ।ଅନେକ ଛାତ୍ର ଛାତ୍ରୀଙ୍କୁ “ମିସନ ଗଙ୍ଗା ଯୋଜନା”ରେ ଫେରାଇ ଆଣିବାରେ ସଫଳ ମଧ୍ୟ ହେଉଛନ୍ତି, ଓଡିଶାରୁ ମଧ୍ୟ ଅନେକ ଛାତ୍ର ଫସି ରହିଛନ୍ତି ।
ୟୁକ୍ରେନରେ ଡାକ୍ତରୀ ପଢୁଥିବା ଜଳେଶ୍ବର ଅଞ୍ଚଳର ଦୁଇ ସମ୍ପର୍କୀୟ ଭାଇ ଗତ ୪ ଦିନ ହେଲା ରୋମାନିଆ ବର୍ଡରରେ ଫସି ରହିଛନ୍ତି । ତେବେ ଗୁରୁବାର ଭାରତ ସରକାରଙ୍କ ମିସନ ଗଙ୍ଗା ଯୋଜନାରେ ସେମାନେ ଏୟାର ଲିଫ୍ଟ ହୋଇ ଜନ୍ମମାଟିକୁ ଫେରି ପାରନ୍ତି ବୋଲି ପରିବାର ଲୋକେ ଆଶା ରଖିଛନ୍ତି। ଏହି ଦୁଇ ସମ୍ପର୍କୀୟ ଭାଇ ହେଉଛନ୍ତି ଓଲମରା ପଞ୍ଚାୟତ ଗୋପାଳପୁର ଗାଁର ପ୍ରଶାନ୍ତ କୁମାର ଜେନାଙ୍କ ପୁତ୍ର ଶୁଭ୍ରସାଇ ଓ ବିନୋଦ କୁମାର ଦାସଙ୍କ ପୁତ୍ର ସାଇଜ୍ୟୋତି ଦାସ।
ଶୁଭ୍ରସାଇଙ୍କ ମାମୁ ପୁଅ ଭାଇ ହେଉଛନ୍ତି ସାଇଜ୍ୟୋତି। ଉଭୟ ୨୦୧୮ ମସିହାରେ ୟୁକ୍ରେନର ଭିନେତସିଆସ୍ଥିତ ନ୍ୟାସନାଲ ପିରୋଗୋଭ ମେମୋରିଆଲ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏବେ ଉଭୟ ସେଠାରେ ଚତୁର୍ଥ
ଦୁଇ ଭାଇ କିପରି ଜନ୍ମମାଟିକୁ ଫେରିବେ ସେହି ଚିନ୍ତାରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତେବେ ଭାରତ ସରକାରଙ୍କ ମିସନ ଗଙ୍ଗାରେ ଏହି ଦୁଇ ଭାଇ ଭାରତକୁ ଫେରିବା ଆଶାରେ ଭିନେତସିଆରୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ଅନ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ରୋମାନିଆରେ ଗତ ୨୭ ତାରିଖରେ ପହଞ୍ଚିଥିଲେ।
ଏହାପରେ ରୋମାନିଆ ରାଜଧାନୀ ବୁକାରେଷ୍ଟରୁ ଏୟାର ଇଣ୍ଡିଆ ବିମାନରେ ଭାରତ ଅଭିମୁଖେ ଫେରିବାକୁ ସେହିଦିନଠାରୁ ଅପେକ୍ଷା କରି ରହିଛନ୍ତି। ସେମାନେ ବହୁ ଅସୁବିଧାରେ ରହିଥିବା ବେଳେ ଆଜି ଏୟାର ଲିଫ୍ଟ ହୋଇ ମୁମ୍ବାଇରେ ପହଞ୍ଚିପାରନ୍ତି ବୋଲି ପରିବାର ଲୋକ ଆଶା ରଖିଛନ୍ତି।



