ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୪୫୭ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୨୮୫ଜଣ ସୁସ୍ଥ ହୋଇଛନ୍ତି । 

 ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ପରୀକ୍ଷା ମାଟ୍ରିକ୍ ପରୀକ୍ଷା ହେବ । ସମସ୍ତଙ୍କ ପାଇଁ ଅଫଲାଇନରେ ମାଟ୍ରିକ ପରୀକ୍ଷା ହେବ । ତିନୋଟି ରୂପରେ ପିଲାଙ୍କ ଖାତା ମୂଲ୍ୟାୟନ ହେବ । ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ । କିନ୍ତୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନେଙ୍କୁ ନିୟୋଜିତ ହେବେ। ଯଦି ଦରକାର ପଡେ ନିକଟତମ ସ୍କୁଲରେ ପିଲା ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ । ଛାଚ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିବେ ସେହି ମାର୍କକୁ ଚୂଡାନ୍ତ କରାଯିବ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ। ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ଛାତ୍ରଛାତ୍ରୀମାନଙ୍କ ଲାଗି ବାଧ୍ୟତାମୂଳକ ରହିଛି। ଯେଉଁ ପଦ୍ଧତିରେ ସର୍ବାଧିକ ମାର୍କ ରହିବ, ତାହା ଚୂଡ଼ାନ୍ତ ମାର୍କ ଭାବେ ଧରାଯିବ : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ଭିମକାଣ୍ଡ ପଞ୍ଚାୟତ କୁଇଲିସୂତା ଗାଁ ନିକଟ ମାଟିହୁଳି ଜଙ୍ଗଲ ଏବେ ହୁତୁ ହୁତୁ ହୋଇ ଜଳୁଛି । ଜଙ୍ଗଲ  ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧୀୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ଜଙ୍ଗଲରେ ଥିବା  ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି।

 ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୮୪ ହଜାର ୨୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୪୨୨୧୯ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୨୬ ହଜାର ୩୨୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୧୫୭୧୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । 

 ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ‘ବିଜେପି’ ବିଜୟ ହାସଲ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହେବାକୁ ଥିବା ଗୁଜରାଟ ରାଜ୍ୟରେ ବିଶାଳ ରୋଡ୍‌ ସୋ’ କରିଛନ୍ତି । ଏହି ରୋଡ୍‌ ସୋ’ ଅହମଦାବାଦ ବିମାନ ବନ୍ଦରରୁ ୬ କିଲୋମିଟର୍‌ ଦୂର ଗାନ୍ଧୀନଗରସ୍ଥିତ ‘ବିଜେପି’ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା ।

ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍‌ ସିଂହ ଚନ୍ନୀ ଇସ୍ତଫା ଦେଇଛନ୍ତି। ମାର୍ଚ ୧୬ ତାରିଖରେ ନବନିର୍ବାଚିତ ଭଗୱନ୍ତ ମାନ୍‌ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ମଧ୍ୟ ୨ଟିଯାକ ଆସନରୁ ପରାସ୍ତ ହୋଇଛନ୍ତି।

ଭାରତୀୟ ସେନାର ଚିତା ହେଲିକପ୍ଟର ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍‌ ଅଞ୍ଚଳରେ କ୍ରାଶ୍‌ ହୋଇଛି। ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଫଳରେ ହେଲିକପ୍ଟରଟି ବରଫାବୃତ୍ତ ଅଞ୍ଚଳରେ ଖସିପଡିଛି। ତେବେ ପାଇଲଟ ଓ ସହ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରୀୟ କାୟାକଳ୍ପ ଟିମ୍ ର ପାଟକୁରା ଓ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ...

Fri Mar 11 , 2022
କେନ୍ଦ୍ରାପଡା(ରାକେଶ ମହାନ୍ତି): କେନ୍ଦ୍ରାପଡ଼ାରେ ଆଜି କେନ୍ଦ୍ରୀୟ କାୟାକଳ୍ପ ତିନି ଜଣିଆ କେନ୍ଦ୍ରୀୟ ଟିମ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ର ୨ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ପରିଦର୍ଶନ କରିଛନ୍ତି । ତିନି ଜଣିଆ କେନ୍ଦ୍ରୀୟ ଟିମ ପାଟକୁରା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଓ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପରିସର ର ସ୍ୱଛତା,ପରିଛନ୍ନ, ସ୍ଥିତି କୁ ଅନୁଧ୍ୟାନ କରି ଆଗାମୀ ଦିନରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର […]

You May Like

Pin It on Pinterest