ଶିକ୍ଷା ସହିତ ସଂସ୍କାର ଜରୁରୀ: ଜଗନ୍ନାଥ ଏକାଡେମୀର ବାର୍ଷିକ ଉତ୍ସବ…

କାକଟପୁର(ମାନସ ସାମଲ):୧୯/୦୬- ସ୍ଥାନୀୟ ଜଗନ୍ନାଥ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ‘ସୁଧାନନ୍ଦ ଗ୍ରୁପ’ର ମୁଖ୍ୟ ଆର.କେ. ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳା ରକ୍ଷା କରିବା ସହ ଏକ ସୁସ୍ଥ ସମାଜ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

କୋଣାର୍କ ସ୍ଥିତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା ସହିତ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ କାକଟପୁର ପ୍ରେସ୍ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ମଙ୍ଗଳା ମହାବିଦ୍ୟାଳୟର ଉପାଧ୍ୟକ୍ଷ ସଂଗ୍ରାମ ଛାଟୋଇ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଲଲାଟେନ୍ଦୁ ସ୍ୱାଇଁ, କୋଣାର୍କ ଜାଭିୟର ହାଇସ୍କୁଲର ନିର୍ଦ୍ଦେଶକ ସମୀର କୁମାର ଭୂୟାଁ ଏବଂ ଅସ୍ତରଙ୍ଗ ସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଛ ମାଧ୍ଯମିକ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ପ୍ରସାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଲୋଡ଼ିଥିଲେ।

ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭା ପରିଚାଳନା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପିଲାମାନଙ୍କର ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ସେଠାରେ ଉପସ୍ଥିତ ଥିବା ଅଭିଭାବକ ଏବଂ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଜଗନ୍ନାଥ ଏକାଡେମୀର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗ ଏବଂ ସୁପରିଚାଳନା ଯୋଗୁଁ ଏହି ବାର୍ଷିକ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଛି।

ସେୟାର କରନ୍ତୁ

Next Post

ହର୍ମୁଜ୍ ପ୍ରଣାଳୀ ପାର୍ ହେଲା ୪ଟି ସାର ବୋଝେଇ ଜାହାଜ...

Tue Jun 23 , 2026
ଖରିଫ୍ ୨୦୨୬ ପାଇଁ ଆସିଲା ୟୁରିଆ, ଡିଏପି ଏବଂ ସଲଫର୍‌ ସାର। ଭାରତୀୟ ବନ୍ଦରରେ ଜାହାଜ ପହଞ୍ଚିବା ସହିତ ସାର ଯୋଗାଣ ଶୃଙ୍ଖଳ ହେବ ମଜବୁତ ନୂଆଦିଲ୍ଲୀ(ବାସ୍ତବକଥା): ହର୍ମୁଜ ପ୍ରଣାଳୀ ପାର୍ ହୋଇ ଭାରତ ଉପକୂଳ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ। ଗତ ସପ୍ତାହରେ ଚାରିଟି ସାର ବୋଝେଇ ଜାହାଜ ହମଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।ଏହା ଭାରତର ସାର ସୁରକ୍ଷା ଅଗ୍ରଗତି। ପଶ୍ଚିମ ଏସିଆ ସଂଘର୍ଷ କାରଣରୁ ଉତ୍ପନ୍ନ […]

You May Like

Pin It on Pinterest