ଯୁବ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି, ଦୁଇ ସାକ୍ଷୀଙ୍କୁ ଚାଲିଛି ଜେରା…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ୨୫/୦୩ -ଯୁବ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ ଚାନ୍ଦବାଲି ଥାନାରେ, ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି । ଆଜି ଦୁଇ ଜଣ ସାକ୍ଷୀ,ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରୁଛି ।

ପୋଲିସ୍‌ ଡିଜି ବୁଧବାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଥାନାରେ ପହଂଚିଥିଲେ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ।ଏହି ଟିମ ର ମଙ୍ଗ ଧରିଛନ୍ତି ଡି ଏସ ପି କଳ୍ପନା ସାହୁ ।ଅନ୍ୟମାନଙ୍କ ମଧ୍ୟରେ ଇନସିପେକ୍ଟର(କ୍ରାଇମ୍‌ବ୍ରାଞ୍ଚ)ବିଶ୍ବପ୍ରକାଶ ରାଉତ,ସବନିସପେକ୍ଟର ଅବଧୂ ବାରିକ,ଏସଆଇ ତନୁଶ୍ରୀ ନାୟକ ଓ ଆଶୁତୋଷ ପ୍ରଧାନ । ସେହିପରି ଅନ୍ୟଏକ ଟିମ୍‌ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଯାଜପୁର କାଳିଆପାଣି ଅଞ୍ଚଳରେ ୩ ଦିନ ଲୁଚି ରହିଥିବା ପୋଲିସ୍‌କୁ ସୂଚନା ମିଳିଛି । ଏନେଇ ଖବର ଜଣାପଡିବା ପରେ ଶର୍ମିଷ୍ଠାଙ୍କ ଶାଶୁଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରି ଫେରିଥିବା ଜଣାପଡିଛି । ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗସ୍ତ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ଜିଲ୍ଲା ପିରହାଟ ଥାନା ଶ୍ୟାମସୁନ୍ଦରପୁର ଗାଁ ଛେଳି ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଆହତ...

Fri Mar 25 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ଶ୍ଯାମସୁନ୍ଦରପୁର ଗାଁ ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ କୁମ୍ଭୀର ଝାମ୍ଫ ମାରିଥିଲା। ଏପରି ଝାମ୍ଫ ମାରି ଜଣକୁ(ଗଗନ ଦାସ) କୁମ୍ଭୀର ଆକ୍ରମଣ କରିଥିଲା। ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ଯ ଗୁରୁତ୍ବର ଥିବାରୁ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ […]

You May Like

Pin It on Pinterest