
କଳାହାଣ୍ଡି(ସନ୍ତୋଷ ପାତ୍ର): କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ମହାସଂଘ ଓ ରାଜ୍ୟ ସରପଞ୍ଚ ମହାସଂଘ, ଓଡ଼ିଶାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା ସ୍ତରରେ ଏକ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚମାନେ ଏକତ୍ରିତ ହୋଇ ଚାମେଲି ଓଝାଙ୍କ ପ୍ରତି ଘଟିଥିବା ଅନ୍ୟାୟର ତୀବ୍ର ନିନ୍ଦା କରିଥିଲେ ଏବଂ ତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ।
ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ସରପଞ୍ଚ ପ୍ରତିନିଧିମାନଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ସୁନିଶ୍ଚିତ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ସୁବୋଧ ରଣା, ଉପ ସଭାପତି ଶ୍ରୀ ନକୁଲ ନାଏକ, ଶ୍ରୀ ତାରା ଶଙ୍କର ରାୟଗୁରୁ ସମ୍ପାଦକ ଶ୍ରୀ ଗୋବିନ୍ଦ ନାଏକ, ଶ୍ରୀ ଦିଗାମ୍ବର ଲୁହା, ଶ୍ରୀମତୀ ମମତାରାଣୀ ନାଗ, କୋଷାଧକ୍ଷ ଶ୍ରୀ ରୋମାଞ୍ଚ ସାହୁ, ଡିଜିଟାଲ ସେକ୍ରେଟାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ଦୁର୍ଗା ଓ଼ କଳାହାଣ୍ଡି ଜିଲ୍ଲାର ସମସ୍ତ ସରପଞ୍ଚ ଓ ସରପଞ୍ଚ ମହାସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।




