
ଭୁବନେଶ୍ୱର, ୧୨।୪: ଲୋକସେବା ଭବନରୁ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି ।
କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେବ କରୋନା ପାଇଁ ଲୋକସେବା ଭବନକୁ ଯିବାରେ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ ।ଏପରିକି ସାମ୍ୱାଦିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଯାହାକୁ ନେଇ ବିରୋଧୀ ଏବଂ ବୁଦ୍ଧିଜୀବୀଙ୍କ କଡା ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର। ଅନ୍ୟପଟେ ଏବେ କରୋନା ମାମଲା ହ୍ରାସ ହେବା ସହ ସ୍ଥିତି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏହାକୁ ନଜରରେ ରାଜ୍ୟ ସରକାର କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।




