
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ହାଇବା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଚାନ୍ଦବାଲି ଏନ ଏ ସି ବଡ଼ବଜାର ତାରଣୀଛକ ନୀକଟରେ ଏକ ହାଇବା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।

ମୃତ ବାଇକ ଆରୋହୀ ହେଉଛନ୍ତି ମତୋ ମୁସଲମାନ ବସ୍ତିର ଦୁଇ ଭାଇ ସେକ୍ ସକିଲ ଓ ସେକ୍ ଆସଲାମ । ଦୁଇଭାଇ ଭଉଣୀ ଘରକୁ ଇଦ୍ ମୁବାରକ୍ ପାଇଁ ଯାଇ,କନିକା ଅଂଚଳରୁ ଚାନ୍ଦବାଲି ଫେରୁଥିବା ସମୟରେ ଚାନ୍ଦବାଲିରୁ କେନ୍ଦ୍ରପଡ଼ା ଯାଉଥିବା ହାୱବା ଗାଡ଼ି ସେମାନଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ପୋଲିସ ଖବର ପାଇ ଘଟଣା ସ୍ଥଳରେ ୨ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଛନ୍ତି ।