
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୬//୦୫//୨୦୨୨।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ବଜାର ଆର ଏମ ସି ମାର୍କେଟ କମ୍ପ୍ଲେକ୍ସ ଲିଟିଲ ଷ୍ଟାର ମୋବାଇଲ ଦୋକାନରୁ ୧୩ଟି ସ୍ମାର୍ଟ ଫୋନ ର ମୁଲ୍ୟ ପ୍ରାୟ ଏକ ଲକ୍ଷ ଅସିହଜାର ରୁ ଉର୍ଦ୍ଧ୍ବ ଟଙ୍କା ର ହେବ ବୋଲି ମୋବାଇଲ ଦୋକାନୀ କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।
ଏଠି ସବୁଠୁ ବଡକଥା ହେଉଛି ଯଦି ମତୋ ଫାଣ୍ଡି ରୁ ମାତ୍ର ଅଳ୍ପ କିଛି ଦୂର ଏହି ଚୋରି ହୋଇପାରୁଛି ତାହାହେଲେ ଆଖପାଖ କଥା ନକହିବା ଭଲ।ଆର ଏମ ସି ରେ ରାତ୍ରି ଜଗୁଆଳି ମଧ୍ୟ ରହୁଥିବା ବେଳେ ଏପରି ଚୋରି ହୋଇଥିବା ରୁ ବୁଦ୍ଧିଜୀବୀ ମହଲରେ ଏହାକୁ ଘୋର ନିନ୍ଦା କରାଯାଇଛି।ମତୋ ବଜାରରେ ମତୋ ଫାଣ୍ଡି ପକ୍ଷରୁ ରାତ୍ରି କାଳିନ ଡିୟୁଟି ପାଇଁ ଦୁଇଟି ପୋଲିସ ସ୍ଟାପ ମଧ୍ୟ ନିୟୋଜିତ କରାଯାଇଛି।
ହେଲେ ପୋଲିସ ଆଖିରେ ଧୁଳିଦେଇ ବିଳମ୍ବିତ ରାତିରେ ଉକ୍ତ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ହୋଛି।କିଛି ଦିନ ପୂର୍ବରୁ ନାଉଗୋରଡା ଗାଁ ରୁ ଜୈନିକ ମହିଳାଙ୍କ ଘରେ ଚୋର ପଷି କିଛି ସୁନା ଅଳଙ୍କାର ମଧ୍ୟ ଚୋରି ହୋଇଥିଲା ।ଏହିପରି ବାରମ୍ବାର ଚୋରିହେଉ ଥିବା ରୁ ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ପୋଲିସର ଖାମଖିଆଲି ନୀତିକୁ ନେଇ, ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।



