୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପ୍ରମୋଦ ନାୟକ(ଭୁବନେଶ୍ୱର): ୦୮।୦୫ -୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୨୯ ତାରିଖରେ ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ହେବ। ଗତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି, ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର।

ସୂଚନା ଅନୁଯାଇ ,ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, ସେ ଦିଗରେ ବିଭାଗ ଗୁଡ଼ିକ କେତେ ତତ୍ପରତା ପ୍ରକାଶ କରିଛନ୍ତି ତାହାର ସମୀକ୍ଷା କରାଯିବ। ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ପୂର୍ବରୁ,ଜଳସେଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ,ପଛୁଆ ବର୍ଗ କମିଶନର ପୁନର୍ଗଠନ, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ନିରାପତ୍ତା ନେଇ BSKY ଯୋଜନା, ପକ୍କା ଘର ନିର୍ମାଣ ଓ ବିଜୁ ଏକ୍ସପ୍ରେସ ଓ୍ବେ ଭଳି ମୋଟ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପରଲୋକରେ ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର...

Sun May 8 , 2022
ପ୍ରମୋଦ ନାୟକ(ଭୁବନେଶ୍ଵର): ପରଲୋକରେ ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର ।ଆଜି (ରବିବାର) ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ପୁଅ ରଞ୍ଜିତ କର ଦେଇଥିବା ସୂଚନା ଅନୁସାରେ, ହୃଦଘାତରେ ତାଙ୍କ ପରଲୋକ ଦେଇଛନ୍ତି। ୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକରେ ଜନ୍ମ ଗ୍ରହଣ […]

You May Like

Pin It on Pinterest