
ପ୍ରମୋଦ ନାୟକ(ଭୁବନେଶ୍ବର)୧୧।୦୫ : ବାତ୍ୟା ଅସାନୀ ପ୍ରଭାବରେ କେମିତି ଅଛି ଭୁବନେଶ୍ୱର, ରାଜଧାନୀରେ ବର୍ଷା ଜାରି ରହିଥିବାରୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଭୁବନେଶ୍ୱର ବାସୀଙ୍କ ପାଇଁ ସବୁଦିନିଆ କଥା ।ହେଲେ ମେୟର ତଳିଆ ଅଂଚଳ ବୁଲି ଆସ୍ୱସ୍ଥି ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାଇ, ବାତ୍ୟା ଅସାନୀ ପ୍ରଭାବରେ ମଙ୍ଗଳବାର ରାତିରୁ ଭୁବନେଶ୍ୱରରେ ବର୍ଷା ଲାଗି ରହିଛି । ଯାହାକୁ ନେଇ ମେୟର ସୁଲୋଚନା ଦାଶ ଭୁବନେଶ୍ୱରର ବିଭିନ୍ନ ତଳିଆ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ସାଙ୍ଗରେ ସ୍ଥାନୀୟ
କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି।
ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଦାସ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ପାଣି ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ। ସମସ୍ତ ଅଞ୍ଚଳକୁ ମୁଁ ନିଜେ ବୁଲୁଛି ଏବଂ ବିଏମ୍ସି ଅଧିକାରୀ ବି ବୁଲି ଦେଖୁଛନ୍ତି। ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ଯଦି ସମସ୍ୟା ହୁଏ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ।



