ଯେଉଁ ବିଶ୍ୱାସ ସହିତ ଗୋଟିଏ ଦଳ ଅନେକ ବର୍ଷ ଧରି କ୍ଷମତାରେ ରହିଛି ସେହି ସରକାର ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାକୁ ପ୍ରଚେଷ୍ଟା କରୁଛନ୍ତି – ଶଙ୍କରାଚାର୍ଯ୍ୟ

ପୁରୀ ୨୫/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ,ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ । ଜଗଦଗୁରୁ ସପକ୍ଷ ଓ ବିପକ୍ଷବାଦୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଅଲୋଚନା ପରେ, ବିକାସ ନାମରେ ତୀର୍ଥ ଭୂମିର ଆଦର୍ଶ ଓ ଅସ୍ଥିତ୍ଵକୁ ବିଲୁପ୍ତ କରାଯାଉଛି ବୋଲି କହିଛନ୍ତି ।

ମୁଁ ବିକାସର ପକ୍ଷଧର କିନ୍ତୁ ମାର୍ଗକୁ ପ୍ରଶସ୍ତ କରିବା ପାଇଁ ମଠ ମନ୍ଦିର ଭାଙ୍ଗି ଯେଉଁ ବିନାସ ଚାଲିଛି ତାହାର ପକ୍ଷଧର ନୁହେଁ ବୋଲି ଜଗତ୍ଗୁରୁ ମତ ରଖିଛନ୍ତି। ସେହିପରି ତପଭୂମିକୁ ଭୋଗଭୂମିରେ ପରିଣତ କରାଯାଉଥିବା କଥାକୁ ସେ ପୁଣିଥରେ ଦୋହରାଇଛନ୍ତି। ଯେଉଁ ବିଶ୍ୱାସ ସହିତ ଗୋଟିଏ ଦଳ ଅନେକ ବର୍ଷ ଧରି କ୍ଷମତାରେ ରହିଛି ସେହି ସରକାର ସଂସ୍କୃତି ଓ ପରମ୍ପରାକୁ ବିଲୁପ୍ତ କରିବାକୁ ପ୍ରଚେଷ୍ଟା କରୁଛନ୍ତି।

ଶାସନ ତନ୍ତ୍ର ନଭାବୁ ଯେ ଲୋକତନ୍ତ୍ର ସାଥିରେ ଅଛି। ଲୋକତନ୍ତ୍ର ବିବିଧ ହୋଇପାରେ। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଆହ୍ଵାନ ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋବରୀକୁ ଡମ୍ପିଂୟାର୍ଡରେ ପରିଣତ କରାଯାଇଛି,ମାମଲାରେ ଏନ୍‌ଜିଟିରେ ଜବାବ ରଖିବା ପାଇଁ ପୁଣି ସମୟ ମାଗିଲେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Thu May 26 , 2022
ଦୀପକ ବେଉରା(କଟକ) : ଗୋବରୀ ନଦୀରେ କେନ୍ଦ୍ରାପଡା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପକାଯିବା ଅଭିଯୋଗ ସଂପର୍କିତ ମାମଲାରେ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ (ଏନ୍‌ଜିଟି)‌ରେ ଜବାବ ରଖିବା ପାଇଁ ପୁଣି ସମୟ ମାଗିଲେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଥି ପାଇଁ ଏନ୍‌ଜିଟି ଅନୁମତି ଦେବା ସହିତ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ […]

You May Like

Pin It on Pinterest