
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ମତୋ ସେବା ସମବାୟ ସମିତିରେ ଆସନ୍ତା ଜୁନ ୧୯ତାରିଖରେ ସମବାୟ ନିର୍ବାଚନ ନିମନ୍ତେ ଧାର୍ଯ୍ଯ କରାଯାଇ ନାମାଙ୍କନପତ୍ର ଦାଖଲ ତାରିଖ ଥିଲା, କିନ୍ତୁ ସବୁଠୁ ଆଶ୍ଚର୍ଯ୍ଯର କଥା ଶାସକ ବିଜେଡି ସମର୍ଥୀତ ପ୍ରର୍ଥୀ ସମସ୍ତ ୧୫ଟି ଯାକ ଜୋନରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅନ୍ଯ ବିଜେପି କିମ୍ବା ଙ୍କଗ୍ରେସ ସମର୍ଥିତ କୌଣଷି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି |ବିଜେଡି ସମର୍ଥୀତ ପ୍ରର୍ଥୀ ମାନେ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିବା ଏକ ପ୍ରକାର ଷ୍ପଷ୍ଟ ହୋଇଯାଇଛି.ଯାହାକୁ ନେଇ ବିଜେଡି କର୍ମୀ ମାନଙ୍କ ମଧ୍ଯରେ ପ୍ରବଳ ଊସ୍ଛାହ ଦେଖିବାକୁ ମିଳିଛି.|
୧ନଂ ଜୋନରେ ସଞ୍ଜୟ ବଳ,୨ନଂରେ ଭରତ ପରିଡା,୩ନଂରେ ସାବିତ୍ରି ସେଠୀ,୪ନଂରେ ରବିନ୍ଦ୍ର ମହାନ୍ତି,୫ନଂରେ ଚିତରଞ୍ଜନ ସାହୁ,୬ନଂରେ ଦିିବ୍ଯରଞ୍ଜନ ସାହୁ,୭ନଂରେ ତିଳୋତମା ପଣ୍ଡା,୮ନଂରେ ସୂଦର୍ଶନ ବେହେରା,୯ନଂରେ ଅମୂଲ୍ଯ ଦାସ,୧୦ନଂରେ ନରେଶ ନାୟକ,୧୧ନଂରେ ଦେବାଶିସ ରାଉତ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି |
ସମବାୟ ସମିତି ଗଠନ ଠାରୁ ଏପରି ଅନ୍ଯ କେହି ପ୍ରାର୍ଥୀ ନଦେବା ବା ଏକତରଫା ନିର୍ବାଚିତ ହେବା ସର୍ବପ୍ରଥମ ବୋଲି ସମବାୟବିତ ମାନଙ୍କ ମଧ୍ଯରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି.ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ. ଆଗାମୀ ଦିନରେ ହେବାକୁ ଥିବା ସଭାପତି ଓ ଉପସଭାନେତ୍ରୀ ପଦ ଏମାନଙ୍କ ମଧ୍ଯରୁ କାହା ଭାଗରେ ପଡୁଛି ତାହା ଦେଖିବାକୁ ବାକି ରହିଲା.