
ନବୀନ ଦାଶ(ବାଶଗଡ଼):ବରଗଡ଼ ଜିଲ୍ଲା କୃଷି ବିଭାଗ ଅଧିନସ୍ଥ ଅତାବିରା ବ୍ଲକ ଅନ୍ତର୍ଗତ କୁଳୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜୁନ ୭ତାରିଖ ମଙ୍ଗଳ ବାର ଦିନ ୧୦ଘଣ୍ଟା ସମୟରେ ପରିବେଶ ଦିବସ ଅବସରରେ ଦୁଇ/ଚାରିଟା ଆମ୍ବ ଓ ପିଜୁଳି ଗଛ ଲଗାଇ ଦେଇ ଚାଷୀ ତଥା ଅଙ୍ଗନ୍ ବାଡି ପିଲାଙ୍କୁ ନେଇ ଏଫ୍.ଏମ୍.ସି ନାମକ ଏକ ଘରୋଇ କୀଟନାଶକ କମ୍ପାନୀ ର କର୍ମଚାରୀ ନିଜ କମ୍ପାନୀ ଦ୍ଵାରା ପ୍ରସ୍ତୁତ କୀଟ ନାଶକ ଉତ୍ପାଦ ଗୁଡ଼ିକୁ ପ୍ରୟୋଗ କଲେ କେମିତି ସୁଫଳ ମିଳିବ ତାର ପ୍ରଚାର କରୁଥିଲେ।ଯାହା ଅତାବିରା ବ୍ଲକ ରେ ଓଡ଼ିଶାର ୩୦ଟି ଜିଲ୍ଲା ରେ ଯେତିକି କୀଟ ନାଶକ ପ୍ରୟୋଗ ହୁଏ ତାହାଠୁ ଢେର୍ ବେଶୀ ଏଠାରେ ପ୍ରୟୋଗ ହୋଇଥାଏ।
ଭାରତ ରେ ଉତ୍ପାଦିତ ହେଉଥିବା ସମସ୍ତ ବହୁ ରାଷ୍ଟ୍ରୀୟ କୀଟ ନାଶକ କମ୍ପାନୀ ଏଠାରେ ବିକ୍ରୟ ହୁଏ।କୀଟ ନାଶକ ର ବିକ୍ରୟ ଏତେ ପରିମାଣ ରେ ହେଉଛି ଯେ କମ୍ପାନୀ ମାନେ କେବଳ ନିଜ କମ୍ପାନୀ ଉତ୍ପାଦ ର ପ୍ରଚାର ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ଯାହା ସେମାନଙ୍କ ବେପାର ପାଇଁ ପ୍ରଚାର ପ୍ରସାର କିଛି ନୂଆଁ କଥା ନୁହଁ, ହେଲେ ଘରୋଇ କମ୍ପାନୀ ର ପ୍ରଚାର ପ୍ରସାର ରେ ବରଗଡ଼ କୃଷି ବିଭାଗ ଅଧିନରେ ଅତାବିରା ବ୍ଲକ ର ସରକାରୀ କୃଷି କର୍ମଚାରୀ ପ୍ରତିମା ସିଂ(ଭିଏଡବ୍ଲୁ)ଓ କଳାପାଣି କୃଷି କର୍ମଚାରୀ ହେମାନନ୍ଦ ଦେହୁରୀ (ଭିଏଡବ୍ଲୁ) ମଧ୍ୟ ଗ୍ରାମ ଗ୍ରାମ ବୁଲି ଯାଇ ସେମାନଙ୍କ ବିଷ ବିକ୍ରୀରେ ସାହାଯ୍ୟ କରିବା କେତେ ଦୂର ଯଥାର୍ଥ ତାହା ଚାଷୀ ଓ ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସରକାରୀ କୃଷି ଅଧିକାରୀ ତଥା କର୍ମଚାରୀ ଗ୍ରାମ କୁ ସରକାରୀ ସ୍ତରରେ କେଉଁ ବିହନ ମହଜୁଦ ଅଛି,ତାର ଅମଳ ର ଅବଧି ତଥା କେତେ ଟଙ୍କା ରେ ବିକ୍ରୟ ହେବ ତାହା ଚାଷୀ ଙ୍କୁ ଜଣାଇବା ଦରକାର ।ଚାଷୀ ମାନେ ଚଳିତ ରବି ଋତୁର ଧାନ ଟୋକନ୍,ଟେଗ୍ ଓ କଟ୍ ନି ଛଟ୍ ନି ସମସ୍ୟା ରେ ଛନ୍ଧି ହୋଇ ବିକି ପାରୁ ନଥିବା ବେଳେ ବର୍ତ୍ତମାନ ବିଷ କମ୍ପାନୀ ର ପ୍ରଚାର ପ୍ରସାର ରେ ସରକାରୀ କର୍ମ ଚାରୀ ସହଯୋଗ କରିବା କେତେ ଯୁକ୍ତି ଯୁକ୍ତ ବୋଲି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସଂପାଦକ ଲୋକେଶ୍ୱର୍ ପ୍ରଧାନ ସନ୍ଦେହ ପ୍ରକାଶ କରିଛନ୍ତି।ପ୍ରକାଶ ଥାଉ କି ବିଗତ ଦିନରେ ସ୍ଥାନୀୟ ଅଞ୍ଚଳରେ କିଛି ବିଷ କମ୍ପାନୀ ଆସି ଚେର ବୃଦ୍ଧି ପାଇଁ ଔଷଧ ଓ ନକଲି ସାର ବିକ୍ରୀ କରି ଚାଷୀ ଙ୍କ ହାତରେ ଧରା ପଡ଼ି ପୋଲିସ ହାତରେ ଟେକି ଦିଆଯାଇଥିବା ଅଞ୍ଚଳରେ ନଜିର ରହିଛି।
ଏନେଇ ଆମେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାଣା ଙ୍କୁ ପ୍ରଶ୍ନ କରିଥିଲୁ ଯାହା ତାଙ୍କର ପ୍ରତିକ୍ରିୟା ସ୍ବରୂପ ସେମିତି ତ ଯିବା କଥା ନୁହଁ ଓ ମୁଁ ଦେଖୁଛି କଣ ହେଇଛି ବୋଲି କହିଥିଲେ।ତେବେ ଦେଖାଯାଉ ଯେଉଁ ସ୍ଥାନରେ ଚାଷୀ ଓ ଚାଷ ପାଇଁ ସମୟ ଦେଇ ପାରୁନଥିବା ବେଳେ ବିଷ ବେପାରୀ ଙ୍କ ସାଙ୍ଗରେ ପ୍ରଚାର ପ୍ରସାର କରୁଥିବା କର୍ମଚାରୀ ମାନଙ୍କ ପ୍ରତି କୃଷି ଅଧିକାରୀ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ନାଁ ତାଙ୍କ ପାଇଁ ସରକାର ଙ୍କ ଠାରୁ ପୁରସ୍କାର ଘୋଷଣା କରୁଛନ୍ତି।



