ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା….

କାକଟପୁର(ମାନସ ସାମଲ): ୧୦/୦୭- କାକଟପୁର ଶିକ୍ଷା ବିଭାଗ ଅଧିନରେ ଥିବା ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାଦେବସ୍ତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଦୀର୍ଘ ଦଶନ୍ଧି ଧରି ଏହି ବିଦ୍ୟାଳୟରେ କର୍ତ୍ତବ୍ୟ ନିଷ୍ଠ ଭାବରେ ଶିକ୍ଷାଦାନ କରି ଆଜି ବିଦ୍ୟାଳୟରୁ ଅବସର ନେଉଥିବା ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ମୁଖ୍ୟବକ୍ତା ବିଡିଏର ବଣ୍ଟନ ଅଧିକାରୀ ପ୍ରଭାତ କୁମାର ତରାଇ, ସମ୍ମାନିତ ଅତିଥି ମଣ୍ଡଳ ଅତିରିକ୍ତ ଶିକ୍ଷାଧିକାରୀ ବଂଶୀଧର ମଲ୍ଲିକ, ପୂର୍ବତନ ମଣ୍ଡଳ ସହ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ କାଣ୍ଡି, ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ରାଉତ, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଏକବାଲ ହୁସେନ ଖାଁ ପ୍ରମୁଖ ଯୋଗଦେଇଥିଲେ।

ଛାତ୍ରଛାତ୍ରୀ ବତ୍ସଳା, ଅନୁଷ୍ଠାନ ପ୍ରେମୀ, ବିଦ୍ୟାନୁରାଗୀ, ସମୟାନୁବର୍ତ୍ତୀ ଶିକ୍ଷକ ଶ୍ରୀ ମିଶ୍ରଙ୍କ ବିଦ୍ୟାଦାନ ସେବାରୁ ନିବୃତ୍ତି ଯୋଗୁଁ ଆମ ସ୍କୁଲ ଜଣେ କର୍ମବୀର ଶିକ୍ଷକଙ୍କ ଶିକ୍ଷାଦାନରୁ ଆମ ପିଲା ବଞ୍ଚିତ ହେଲେ ବୋଲି ଅବିଭାବକ ମାନେ ମତ ରଖିବା ସହିତ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେବାପାଇଁ ମା’ମଗଂଳାଙ୍କ ନିକଟରେ ପ୍ରାଥନା କରି ଅଶ୍ରୁଳ ଚକ୍ଷୁରେ ଭଗ୍ନ ହୃଦୟରେ ଉପଢୌକନ ସହ ତାଙ୍କର ବାସଗୃହ ପତିସାହିରେ ପାଛୋଟି ଦେଇ ଆସିଥିଲେ।

ସେୟାର କରନ୍ତୁ

Next Post

ପବିତ୍ର ରଥଯାତ୍ରା ପୁର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ହୋଟେଲରେ ପୋଲିସର ବ୍ୟାପକ ରାତ୍ରିକାଳୀନ ଯାଞ୍ଚ

Sat Jul 11 , 2026
ପୁରୀ(ଜୟକୃଷ୍ଣ ଦାସ): ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦେଶ-ବିଦେଶରୁ ଆସୁଥିବା ଅତିଥିମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍, ଗେଷ୍ଟହାଉସ ଏବଂ ରହଣି ବ୍ୟବସ୍ଥା ଥିବା ପ୍ରତିଷ୍ଠାନଗୁଡ଼ିକରେ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ଏହି ଅଭିଯାନରେ ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ […]

You May Like

Pin It on Pinterest