ଆଜି ଦିନ ୧-୩୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୮।୦୬ : ଆଜି ଦିନ ୧-୩୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ୨ ଦିନର ରହଣୀ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ, ୨୦ ତାରିଖ ଦିନ ଭୋର ୪ଟାରେ ଦିଲ୍ଲୀରୁ ରୋମ୍ ଅଭିମୁଖେ ଉଡାଣ ଭରିବେ। ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଖାଦ୍ୟ ନିରାପତ୍ତାର ସଫଳତା କାହାଣୀ ଉପସ୍ଥାପନ କରିବେ । ଏହା ବ୍ୟତିର ଆଉ କିଛି କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି ।

ସେଠାରୁ ୨୬ ତାରିଖ ଅପରାହ୍ନରେ ଦୁବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବା ପାଇଁ, ମୁଖ୍ୟମନ୍ତ୍ରୀ ଦୁବାଇ ଯାତ୍ରା କରିବେ ।ଏହି କାର୍ଯ୍ୟକ୍ରମରେ ନିବେଶକଙ୍କୁ ଓଡିଶା ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ଏହାପରେ ୩୦ ତାରିଖ ଦିନ ଅପରାହ୍ନରେ ଦିଲ୍ଲୀ ଫେରିବେ ନବୀନ। ସେହିଦିନ ଦିଲ୍ଲୀରୁ ରାତି ସାଢ଼େ ୯ଟାରେ ବାହାରି ରାତି ସାଢ଼େ ୧୧ ଟାରେ ଭୁବନେଶ୍ୱର ପହଞ୍ଚିବେ।ତେବେ ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ସାରି ଓଡିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆମ୍ବୁଲାନ୍ସ ଚାଳକଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି କାନପୁର ଥାନା ପୋଲିସ...

Sun Jun 19 , 2022
କାନପୁର: ୧୯।୦୬ – ଆମ୍ବୁଲାନ୍ସ ଚାଳକଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। କଟକ ଜିଲ୍ଲା କାନପୁର ଥାନା ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକ କାବୁଲି ସେନାପତି,ତିଗିରିଆ ଥାନା ବିନ୍ଧାଣିମା ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁଯାଇ,କାବୁଲି ସେନାପତି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନନୀ ରୋଗୀ ବାହକର ଚାଳକ ଥିଲେ। କିନ୍ତୁ ହଠାତ୍‌ ସେ ଏବେ ଆତ୍ମହତ୍ୟା କରିଛନ୍ତି । କଟକ […]

You May Like

Pin It on Pinterest