ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ମୁଁ ଅନୁପ୍ରାଣିତ – ମୁଖ୍ୟମନ୍ତ୍ରୀ

ପ୍ରମୋଦ ନାୟକ(ଭୁବନେଶ୍ବର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇଟାଲୀରେ ପହଞ୍ଚିବା ପରେ ଆଜି ନିଜ ଗସ୍ତର ପ୍ରଥମ ଦିନରେ ରୋମ ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି । ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ମୁଁ ଅନୁପ୍ରାଣିତ।

ଆପଣମାନଙ୍କର ମନେଥିବ, ୨୦୧୮ ମସିହାରେ ଦେଶବ୍ୟାପି ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମୋତ୍ସବ ପାଳନ ଲାଗି ଗଠିତ ଜାତୀୟ କମିଟିର ପ୍ରଥମ ବୈଠକରେ ମୁଖ୍ୟମନ୍ତ୍ରୀ ଭାରତୀୟ ସମ୍ବିଧାନର ମୁଖବନ୍ଧ ବା ପ୍ରିଏମ୍ବଲରେ ‘ଅହିଂସା’ ଶବ୍ଦ ସାମିଲ୍ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ମହାତ୍ମାଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତ ରଖିଥିଲେ। ଏହି ବୈଠକରେ ମହାତ୍ମାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶାନ୍ତି ବ୍ୟତିରେକେ କୌଣସି ଅଗ୍ରଗତି ସମ୍ଭବ ନୁହେଁ।

ମୁଖ୍ୟମନ୍ତ୍ରୀ ତାଙ୍କର ଗସ୍ଥ କାଳରେ ରୋମ୍‌ରେ ୨୬ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବାବେଳେ ସେଠାରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ପରିବର୍ତ୍ତନଶୀଳ ପଦକ୍ଷେପ ସମ୍ପର୍କରେ ନିଜର ଅନୁଭୂତି ଓ ସଫଳତାର ଚିତ୍ର ଉପସ୍ଥାପନ କରିବେ। ଏହାସହ ଡବ୍ଲୁଏଫ୍‌ପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବେସଲି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ।

ଡବ୍ଲ୍ୟୁଏଫ୍‌ପି ସହଭାଗିତାରେ ଓଡ଼ିଶାରେ ହେବାକୁ ଥିବା ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ଏହାପରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍କୋଙ୍କୁ ଭାଟିକାନ୍ ସହରରେ ଭେଟିବାର କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ୟୁରୋପର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟର ସଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ । ରାଜ୍ୟରେ କଳାର ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟାରେ ପ୍ରବାସୀ ଓଡିଆମାନେ ସାମିଲ ହେବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଦ୍ରୌପଦୀ ମୁର୍ମୁ...

Tue Jun 21 , 2022
ମନୋଜ ମହାନ୍ତି:ଆଜି(ମଙ୍ଗଳବାର) ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଏନ୍‌ଡିଏ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଛନ୍ତି। ଆଜି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପିର ସଂସଦୀୟ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, […]

You May Like

Pin It on Pinterest