କଂଗ୍ରେସକୁ ବାଏବାଏ କହିବେ କି ଚିରଞ୍ଜୀବ୍ ଓ ରଂଜୀବ ବିଶ୍ୱାଳ…?

ପ୍ରମୋଦ ନାୟକ(ଭୁବନେଶ୍ୱର): ରାଜ୍ୟ କଂଗ୍ରେସକୁ ଲାଗିବକି ଝଟ୍‌କା ? ଗୋଟିଏ ପଟେ ଦଳ ସଜାଡିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ଦଳ ର ତୁଙ୍ଗ ନେତା ଛାଡିବେ କି ଦଳ ? । ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି।ଏହି ଦୁଇ ଭାଇ କଂଗ୍ରେସ ଛାଡିବେ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ଅପେକ୍ଷା ଏଥର ଚର୍ଚ୍ଚା ଅଧିକ ଜୋର ଧରିଛି ।

ସୂଚନାନୁସାରେ କେବଳ ଏହି ଦୁଇ ଛାମୁଆ ନେତା ନୁହଁନ୍ତି । ବରଂ ଚିରଞ୍ଜୀବଙ୍କ ନେତୃତ୍ବରେ ଜଗତସିଂହପୁର ଜିଲ୍ଲା ରୁ ତାଙ୍କର ଅନେକ ସମର୍ଥକ ତଥା ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ , ପୂର୍ବତନ ପୌରାଧକ୍ଷ ମଧ୍ୟ ଦଳ ଛାଡିବେ ବୋଲି ଆଲୋଚନା ହେଉଛି । ଏଥି ନିମନ୍ତେ ଭିତିରି ଏକ ଯୋଜନା ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ କେଉଁ ମାନେ ଚିରଞ୍ଜୀବଙ୍କ ସହିତ ଦଳ ଛାଡିବେ ତାର ମଧ୍ୟ ଏକ ତାଲିକା ପ୍ରସ୍ତୁତ ସରି ଥିବା ଏକ ବିଶେଷ ସୂତ୍ରରୁ ଜଣା ଯାଇଛି ।

ସୂଚନା ଅନୁସାରେ ଅତି ନିକଟରେ ଏହା ବାସ୍ତବ ରୂପ ନେବ । ତେବେ ସେ କେଉଁ ଦଳରେ ଯୋଗ ଦେବେ ସେ ବିଷୟରେ କିଛି ସ୍ପଷ୍ଟ ହୋଇ ନାହିଁ ।ଏସଂପର୍କରେ ଚିରଞ୍ଜୀବ କିମ୍ଵା ରଞ୍ଜୀବଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପିରିକି କିଛି ଦିନ ହେବ ଚିରଞ୍ଜୀବ ବିଶ୍ୱାଳ ଅସୁସ୍ଥତା ଦର୍ଶାଇ ଜିଲ୍ଲାରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଦଳୀୟ କର୍ମୀ ଓ ରାଜନୈତିକ ସମୀକ୍ଷକଙ୍କ ସନ୍ଦେହକୁ ଅଧିକ ଘନୀଭୂତ କରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ତ୍ରୀ' ଜାତିକୁ ବଦନାମ୍ କରି ଗଣମାଧ୍ୟମରେ ଫେମୋସ୍ ହେଉଛି ଟୁଙ୍ଗୁରୁ ଭୋଳ,ପ୍ରସାରଣ ବନ୍ଦ ପାଇଁ ଥାନାରେ ଏତଲା...

Wed Jun 29 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): କିଛିଦିନ ହେବ ରାଜ୍ୟରେ ‘ଟୁଙ୍ଗୁରୁ ଭୋଳର ପ୍ରେମକାହାଣୀ’କୁ ନେଇ ଆଲୋଚନା ଜୋର୍ ଧରିଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ୱେବପୋର୍ଟାଲ ଠାରୁ ଆରମ୍ଭ କରି ଟିଭି ଚ୍ୟାନେଲରେ ଟୁଙ୍ଗୁରୁଙ୍କ କାହାଣୀ ମହାମାରୀ ପରି ବ୍ୟାପିବାରେ ଲାଗିଛି । ଏହି ଖବର ମଧ୍ୟ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି । ସେଥିଲାଗି ଗଣମାଧ୍ୟମ ସଂସ୍ଥାମାନେ ଟୁଙ୍ଗୁରୁଙ୍କ ଉପରେ ଫୋକସ୍ ଦେଉଛନ୍ତି ।ଟୁଙ୍ଗୁରୁ ବର୍ଷାଙ୍କୁ କାହିଁକି ଛାଡ଼ିଲେ, ଟୁଙ୍ଗୁରୁ ଏବେ କେମିତି […]

You May Like

Pin It on Pinterest