ମହାରାଷ୍ଟ୍ର ବିଜେପିର ନୂଆ ଗେମ୍ ପ୍ଲାନ୍ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ…

 ଏସ୍ ବାସ୍ତବ:ଆଜି ସଂଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଏକାନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ସିନ୍ଦେ ମରାଠୀରେ ଶପଥ ନେଇଛନ୍ତି। ସେହିପରି ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏକ ଟୁଇଟ କରି ମୋଦୀ ଲେଖିଛନ୍ତି ଯେ “ଏକନାଥ ସିନ୍ଦେ ଜଣେ ତୃଣମୂଳ ସ୍ତରର କର୍ମୀ ଓ ତାଙ୍କର ଅନେକ ବର୍ଷର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା ରହିଛି । ମୁଁ ନିଶ୍ଚିତ ଯେ ସେ ମହାରାଷ୍ଟ୍ରକୁ ଏକ ନୂଆ ଉଚ୍ଚତାକୁ ନେବାରେ ସହାୟକ ହେବେ ।”

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ମଧ୍ୟ ସିନ୍ଦେ ଓ ଫଡନବୀସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନବିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ। ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜେ ଟ୍ୱିଟ୍ କରି ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦଳ ଚାହୁଁଥିବା କହିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ...

Fri Jul 1 , 2022
ନମୋଗୁରୁ ହୋତା(ସୋନପୁର)୦୧/୦୭ :ଭକ୍ତଙ୍କ ଗହଳି ଆନନ୍ଦ ଉଲ୍ଲାସରେ ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷତ୍ରରେ ଏଥର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଛି।ନିର୍ଦ୍ଧାରିତ ସମୟରେ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ, ପ୍ରାୟ ୨୦୦ଫୁଟ ତଳକୁ ଧାଡ଼ିହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ ହୋଇଥିଲେ।ଏହି ଅନନ୍ୟ ରଥଯାତ୍ରାର ରଥାରୁଢ଼ ବାମନ ଭଗବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା। ଶ୍ରୀ ପାତାଳୀ କ୍ଷେତ୍ରରେ ମହାପ୍ରଭୁ ୧୪୪ ବର୍ଷ ପାତାଳୀ […]

You May Like

Pin It on Pinterest