
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି ସାରା ରାଜ୍ୟରେ ଚାଲୁ ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଖେରଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କଲେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର ପ୍ରତି ପଂଚାୟତରେ ପହଞ୍ଚାଇବା ସହ ସଫଳ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଡ଼ଃ ରାୟ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ୧ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରିନ୍ସ ରାକେଶ ନାୟକ ,୨ ନମ୍ବର ଜୋନର ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ, ବ୍ଳକ ଅଧ୍ଯକ୍ଷା ମିନତୀ ସୁତାର, ଖେରଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ,ଯୁବନେତା ଜିତେନ୍ଦ୍ର ପାଣି ପ୍ରମୁଖ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।



