ଓଡିଶା ଓ୍ବେବ୍ ଆଣ୍ଡ ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ କଟକର ନୂତନ ଥାନା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦନା

ବାସ୍ତବ ବ୍ୟୁରୋ(କଟକ): ଆଜି ପବିତ୍ର ଶ୍ରୀ ରାଧାଷ୍ଟମୀ ଅବସରରେ ଓଡିଶା ଓ୍ବେବ୍ ଆଣ୍ଡ ଡିଜିଟାଲ ମିଡିଆ ଆସୋସିଏସନ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ,କଟକ ଜିଲ୍ଲା ପକ୍ଷରୁ କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସ୍ ବିଭାଗର କଟକ ସହରର ସମ୍ମାନୀୟ, ଦକ୍ଷ ନୂତନ ଥାନାଧିକାରୀମାନଙ୍କୁ ଯଥା ମଙ୍ଗଳାବାଗ ଥାନାଧିକାରୀ ଶ୍ରୀ ସୁଧାଂଶୁ ଭୂଷଣ ଜେନା, ବାଦାମବାଡି ଥାନାଧିକାରୀ ଶ୍ରୀ ଏସ୍. ପାଢୀ ଓ କଟକ ସଦର ଥାନାଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଓ୍ବେବ୍ ଆଣ୍ଡ ଡିଜିଟାଲ ମିଡିଆ ଆସୋସିଏସନ ର ରାଜ୍ଯ ସାଧାରଣ ସମ୍ପାଦକ ତଥା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖା ର ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଶତପଥୀଙ୍କ ସହ ସାମ୍ବାଦିକ ଶ୍ରୀ ବିସ୍ମୟ କୁମାର ନନ୍ଦ, ଶ୍ରୀ ଘନଶ୍ୟାମ ଦାସ, ଶ୍ରୀ ଦେବାଶିଷ ମିଶ୍ର ଯୋଗ ଦେଇ ସମସ୍ତ ଥାନାଧିକାରୀଙ୍କୁ ସ୍ବାଗତ ଜଣାଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଫଳ ହେବେକି ଏକନାଥ ସିନ୍ଦେ ? ଫେରିବେକି ବିଧାୟକ ଉଦ୍ଧବଙ୍କ ଶିବିରକୁ ?

Sun Sep 4 , 2022
ବାସ୍ତବବ୍ୟୁରୋ:ଶିବସେନାଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କ ସାମ୍ନାରେ ଏକ ନୂଆ ସମସ୍ୟା ଉପୁଜିଛି। ସରକାର ଗଠନ ହେବାର ମାତ୍ର ତିନି ମାସ ବିତିଗଲାଣି, କିନ୍ତୁ ସେମାନଙ୍କ ସହିତ ଆସିଥିବା ବିଧାୟକଙ୍କ ଅସନ୍ତୋଷ ଦେଇ ଆଗକୁ ଯିବାକୁ ପଡୁଛି । ଏହି କାରଣରୁ ସେ କ୍ୟାବିନେଟର ଦ୍ୱିତୀୟ ସମ୍ପ୍ରସାରଣ କରିବାକୁ ସକ୍ଷମ ନୁହଁନ୍ତି। ବାସ୍ତବରେ, ଶିବସେନାର ଅଧିକାଂଶ ବିଦ୍ରୋହୀ ବିଧାୟକ ନିଜକୁ ଏକନାଥ ସିନ୍ଦେ ସରକାରରେ ମନ୍ତ୍ରୀ […]

You May Like

Pin It on Pinterest