
ସଞ୍ଜୟ ଶତପଥୀ(କଟକ) : କଟକ ପୌର ନିଗମର ମେୟରଙ୍କ କାର୍ଯ୍ୟାଳୟରେ ବାଥରୁମ କବାଟକୁ ନେଇ, ଗତ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ମେୟରଙ୍କ ଉଦ୍ଦେଶ୍ୟରେ ଏକ କବାଟ, ବନ୍ଧ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି।ମାନସ ଚୌଧୁରୀଙ୍କ ମତରେ ମେୟର ଯେଉଁ ଦଳର ହୁଅନ୍ତୁ ଆମ ସମସ୍ତଙ୍କ ମେୟର, ହେଲେ ବାଥରୁମ କବାଟ ଲଗାଇବା ପାଇଁ ସେ ଅକ୍ଷମ କିମ୍ବା ପୂର୍ବ କମିଶନର ସେ ସୁଯୋଗ ଦେଉନଥିଲେ ।ସେ ଭଲରେ ଶୌଚ ହୁଅନ୍ତୁ ପରେ କଟକର କାମ କରିବେ । ସିଏମ୍ସି କାର୍ଯ୍ୟାଳୟରେ ଏଭଳି ରୋଚକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମେୟର ସୁବାସ ସିଂହ ଅନୁପସ୍ଥିତ ଥିଲେ ।
ସୂଚନା ଅନୁଯାଇ,ଆସନ୍ତା ପବିତ୍ର ପାର୍ବଣରେ ପ୍ରସିଦ୍ଧ ସହର କଟକରେ ରାସ୍ତାଘାଟର ବିପର୍ୟ୍ଯସ୍ତ ଅବସ୍ଥା ବିଷୟରେ କଟକ ମହାନଗର ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କ ଅଧ୍ଯକ୍ଷତାରେ ଓ କଟକ ମହାନଗର ନିଗମର କମିଶନର, ଡେପୁଟି ମେୟର ତଥା ସମସ୍ତ କର୍ପୋରେଟ ର ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଥୂବା କାଉନସିଲ୍ ମିଟିଂ ରେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର କର୍ପୋରେଟର ମାନଙ୍କ ପ୍ରଶ୍ନର ଉତ୍ତର ରେ ମେୟର ଶ୍ରୀ ସିଂ “ମୁଁ ମେୟର, ମୋ କାର୍ଯ୍ଯାଳୟର ବାଥରୁମ୍ ର କବାଟ ନାହିଁ, କଟକ ମହାନଗର ନିଗମର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ମୁଁ କବାଟ ଲଗାଇ ପାରୁନି, ଆଉ ଅନ୍ୟ କଥା ବୁଝିବି କ’ଣ? “
ଏଥିପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ କବାଟ, ଦୁଆରବନ୍ଧ ଇତ୍ୟାଦି ଧରି କମିସନର ନିଖିଲ ପବନ କଲ୍ୟାଣଙ୍କ ଅଫିସ୍ ଭିତରେ ପହଞ୍ଚିଥିଲେ। ତାଙ୍କୁ କବାଟ, ଦୁଆର ବନ୍ଧ ଇତ୍ୟାଦି ଧରାଇବା ସହିତ ଟେବୁଲ୍ ଉପରେ ୫ଶହ ଟଙ୍କା ବି ରଖିଥିଲେ। କହିଥିଲେ, ‘ମେୟର ସୁବାସ ସିଂହଙ୍କ ଅଫିସ୍ରେ ଥିବା ଶୌଚାଳୟ କବାଟ ଭାଙ୍ଗି ଯାଇଛି। ସିଏ କଟକର ମେୟର। ଆମ ସମସ୍ତଙ୍କ ମେୟର। ତେଣୁ, ତାଙ୍କ ସମ୍ମାନ ରକ୍ଷା ପାଇଁ ଏହି ନୂଆ କବାଟ ଲଗାଇ ଦିଆଯାଉ।
ଆପଣ ନୂଆ ଲୋକ। ଆପଣଙ୍କୁ ଆମେ କିଛି କହୁନାହୁଁ। କିନ୍ତୁ, ପୁରୁଣା କମିସନରଙ୍କ ସହିତ ହୁଏତ ମେୟରଙ୍କର ତାଳମେଳ ଅଭାବରୁ ଶୌଚାଳୟରେ କବାଟ ଖଣ୍ଡେ ବି ଲାଗି ପାରୁନାହିଁ। ତେଣୁ ଆମେ ଟଙ୍କା ଆଉ କବାଟ ଦେଉଛୁ। କବାଟ ଲଗାଇବାର ବ୍ୟବସ୍ଥା କରିବେ।’ ଶ୍ରୀ ଚୌଧୁରୀଙ୍କ ସହିତ ଶିଶିର ରଥ, ମନୋଜ ବିଶ୍ୱାଳ, ବିପ୍ଳବ ଶିଳାଦିତ୍ୟ, ଆକ୍ୟୁବ ଖାଁ, ସଚ୍ଚିଦାନନ୍ଦ ରାଉତ, ସଦାଶିବ ବାରିକ, ସତୀଶ ଶେଖର ଓ ଶିବ ଅଗ୍ରୱାଲ ପ୍ରମୁଖ ସାମିଲ୍ ହୋଇଥିଲେ।
ଏଭଳି ଘଟଣା ସଂପର୍କରେ କଂଗ୍ରେସ ନେତା ଶ୍ରୀ ଚୌଧୁରୀ କହିଛନ୍ତି, ଗତକାଲି କାଉନସିଲ ବୈଠକରେ ମେୟର ସୁବାସ ସିଂହ ଯେଭଳି ଯାହା କହିଥିଲେ ସେଥିରୁ ତାଙ୍କର ଅସହାୟତା ବାରି ହୋଇପଡ଼ୁଛି। ତାଙ୍କ ପାଇଁ ନୂଆ କ୍ୱାର୍ଟର୍ସ ପ୍ରସ୍ତୁତ କରିବାକୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ସଂପର୍କରେ ବୈଠକରେ ଅଭିଯୋଗ ଉଠିଥିଲା। ତେବେ, ସେ ଏଭଳି ଘଟଣାକୁ ଅମୂଳକ ବୋଲି କହିବା ସହିତ ତାଙ୍କ କାର୍ଯ୍ୟାଳୟର ଶୌଚାଳୟ କବାଟ ଭାଙ୍ଗି ଥିଲେ ବି ସେ ଖଣ୍ଡିଏ କବାଟ ଲଗାଇ ପାରୁ ନାହାନ୍ତି ବୋଲି କହିଥିଲେ। କାଉନ୍ସିଲ୍ ବୈଠକରେ ମେୟର୍ ନିଜର ଅସହାୟତା ଦେଖାଇଥିଲେ ବୋଲି, ଆମେ ଏ ପଦକ୍ଷପ ନେଇଛୁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।
ଅନ୍ୟପକ୍ଷରେ, ଏହିଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ମେୟର୍ ଶ୍ରୀ ସିଂହ। ସେ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ଏକ ଡ୍ରାମା। ଏହା ଆଦୌ ରାଜନୈତିକ ଶାଳୀନତା ନୁହେଁ। କଟକର ବାସ୍ତବ ବିକାଶ ଦିଗରେ ସହଯୋଗ ନ ଦେଇ କେବଳ ଚର୍ଚ୍ଚାରେ ରହିବା ପାଇଁ ମିଛ ଅଭିଯୋଗ ନେଇ ଏଭଳି ନାଟକବାଜିକୁ କଟକ ଲୋକେ କେବେ ଗ୍ରହଣ କରିବେନାହିଁ ।
କଟକକୁ ଇଉରୋପ କରିବା ଲାଗି ଯେଉଁ ମେୟର ସ୍ବପ୍ନ ଦେଖୁଥିଲେ ସେହି ମେୟର ଙ୍କ ବାଥରୁମ୍ ରେ କବାଟ ନଥିବା ଓ କଟକ ଇଉରୋପ ହେବା ଖାଲି କଟକବାସୀ ଙ୍କୁ ଭୂଆଁବୁଲାଇବା ଛଡା ଅନ୍ୟ କିଛି ନୁହେଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।