
ବାସ୍ତବବ୍ୟୁରୋ(କଟକ): ମାହାଙ୍ଗା ବ୍ଲକ ଆପିଲୋ ଗ୍ରାମର ସଞ୍ଜୟ ପଣ୍ଡା ନିଜ ସ୍କୁଟି ରେ ଏକ କାର୍ଯ୍ୟରେ କେନ୍ଦ୍ରାପଡ଼ା ଯାଉଥିବା ସମୟରେ କଟକରୁ କେନ୍ଦ୍ରାପଡ଼ା ଆଡ଼କୁ ଯାଉଥିବା ଏକ ଦୃତଗାମୀ ୧୦ ଚକିଆ ଟ୍ରକ (ନମ୍ବର -OD O5G 3261) କଟକ ଚାନ୍ଦବାଲି ରାସ୍ତାର ଶୂକରପଡା ବଜାରଠାରେ ତାଙ୍କୁ ପଛପଟୁ ଧକ୍କା ଦେବା ସହ ସ୍କୁଟି ଆରୋହୀ ସଞ୍ଜୟ ପଣ୍ଡାଙ୍କ ମୁଣ୍ଡ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ଶ୍ରୀ ପଣ୍ଡାଙ୍କର ମୃତ୍ୟୁ ହୋଇଯାଇଛି।

ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଜନସାଧାରଣ ଟାୟାର ଜାଳି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।ଖବର ପାଇ ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ତହସିଲଦାର ଶ୍ରୀ ଦିଲ୍ଲୀପ କୁମାର ନାୟକ ଓ ନିଶ୍ଚିନ୍ତକୋଇଲି ଥାନା ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଟଣାର ବିଧୂବଦ୍ଧ ତଦନ୍ତ ଓ କ୍ଷତିପୂରଣ ଲାଗି ଚେଷ୍ଟା କରିବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥୂଲା।

ନିଶ୍ଚିନ୍ତକୋଇଲି ପୋଲିସ୍ ଏକ ମାମଲା ଋଜୁ କରି ମୃତକଙ୍କ ଶବକୁ ପୋଷ୍ଟମର୍ଟମ ଲାଗି ପଠାଇବା ସହ ତଦନ୍ତ ଜାରି ରଖିଛି।



