
ବାସ୍ତବବ୍ୟୁରୋ(କଟକ)୨୯।୦୯ : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ ଟ୍ରାଙ୍କୁଲାଇଜ୍ ହେଲା । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।ଟ୍ରାଙ୍କୁଲାଇଜ୍ ହେବାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି।
ସୂଚନା ଅନୁଯାଇ, ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ l ବୁଧବାର ହାତୀଟିକୁ ନିସ୍ତେଜ୍ କରାଯାଇଥିଲେ ମଧ୍ୟ ରାତି ଏବଂ ଜନଗହଳି ପାଇଁ ହାତୀଟିକୁ ସ୍ଥାନାନ୍ତର କରାଯାଇପାରିନଥିଲା। ସେଥିପାଇଁ ପୁଣି ଗୁରୁବାର ସକାଳୁ ହାତୀଟିକୁ ଦୁଇଟି ଟ୍ରାଙ୍କୁଲାଇଜ କରାଯାଇ ବେହୋସ୍ କରାଯାଇଥିଲା।
ହାତୀଟି ବେହୋସ୍ ହେବାପରେ ତାକୁ ବେଲ୍ଟ ସହାୟତାରେ ବାନ୍ଧି ହାଇଡ୍ରା ଓ ଜେସିବି ଜରିଆରେ ହାଇୱା ଉପରକୁ ଉଠାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ଟିମ୍, ଚନ୍ଦକା ଡିଏଫଓ, କଟକ ବନ ବିଭାଗ ଓ ଫୁଲନଖରା ରେଞ୍ଜର, ଜଗତପୁର ପୋଲିସ ର ଉଦ୍ୟମରେ ହାତୀଟିକୁ ଉଦ୍ଧାର କରାଯାଇ ଆଠଗଡ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟୁଣିରେ ଛଡ଼ାଯିବ ବୋଲି,କଟକ ଏସି ଏଫ୍ ଅନନ୍ତ କୁମାର ପ୍ରଧାନ କହିଛନ୍ତି।



