ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଲା

ବାସ୍ତବ ବ୍ୟୁରୋ-ଆଜି ରାଜ୍ୟରେ ଆଉ ୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ ଅଞ୍ଚଳର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଶୁକ୍ରବାର ମଧ୍ୟାହ୍ନରେ କଟକର ଜଣେ ବ୍ୟକ୍ତିଙ୍କ ନମୁନାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାରେ ରାଜଧାନୀ ରେ ଆଉ ୩ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।  ଏହି ୩ ଜଣଙ୍କୁ ମିଶାଇଲେ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।  ତେବେ ରାଜ୍ୟର ୯ ପଜିଟିଭ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ଚିକିତ୍ସାଧୀନ ଅଛନ୍ତି । 

କଟକର ଚିହ୍ନଟ ହୋଇଥିବା ବ୍ୟକ୍ତି(୬ଷ୍ଠ ସଂକ୍ରମିତ)ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ତବଲିଘି ଜମାତ ଧର୍ମସଭାରେ ଯୋଗଦେଇ ଫେରିଥିଲେ ବୋଲି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଏହା ଜାଣିବା ପରେ ସାରା ରାଜ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି। କଟକ ଓ ବମିଖାଲ୍‌ ଅଞ୍ଚଳର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂସ୍ପର୍ଶର କେଉଁମାନେ ଆସିଛନ୍ତି ସେମାନଙ୍କୁ ଜାଣିବା ପାଇଁ ଅନୁସନ୍ଧାନ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ୬ଷ୍ଠ ସଂକ୍ରମିତଙ୍କ ସମ୍ପର୍କରେ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ତବଲିଗି ଜମାତ୍‌ରୁ ବର୍ତ୍ତମାନ ସୁଦ୍ଧା ୨୭ଜଣ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ବିଦେଶୀ ନାଗରିକ ରହିଛନ୍ତି। ୨୭ଜଣଙ୍କ ମଧ୍ୟରୁ ୨୧ଜଣଙ୍କ ନମୁନା କରୋନା ନେଗେଟିଭ୍‌ ଆସିଥିବାବେଳେ ଜଣଙ୍କ ପିଜିଟିଭ୍‌ ଆସିଛି। ୫ଜଣଙ୍କ ନମୁନାର ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ସମସ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ସଙ୍ଗରୋଧରେ ଏବଂ ଶକ୍ତ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ତବଲିଘି ଜମାତ ଫେରନ୍ତା ଓଡ଼ିଶାର ଆହୁରି ୪୦ଜଣ ଅଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Apr 4 , 2020
୧-କରୋନା ପାଇଁ ଚିନ ଠାରୁ କ୍ଷତିପୂରଣ ଦାବି କଲା ICJ । ଜାତିସଂଘ ମାନବାଧିକାର ପରିଷଦରେ ପିଟିସନ ଦାୟର। ୨-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା, ଗୋଟିଏ ଦିନରେ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ। ୩-ଆଜିଠୁ ଜନଧନ ଖାତାଧାରୀ ମହିଳାଙ୍କୁ ଟଙ୍କା ପ୍ରଦାନ ଆରମ୍ଭ। ୪-ଗତକାଲି ରାତି ୮ଟା ଠାରୁ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ […]

You May Like

Pin It on Pinterest