
ଭୁବନେଶ୍ୱର ୦୩/୧୦: ଦୁଇବର୍ଷର କରୋନା କଟକଣାରେ,ଜଗତଜନନୀ ମାଆ ମହିଷାମର୍ଦ୍ଦିନୀଙ୍କ ପୂଜାର ମଜା ନେଇପାରିନଥିଲେ ଦେଶବାସୀ । ଏବର୍ଷ ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଏଥିରୁ ଆମ ରାଜ୍ୟବା ବାଦ ପଡିବ କିପରି,ପୁରା ପଲ୍ଲୀରେ ଦୁର୍ଗା ପୂଜାର ଆନନ୍ଦ ଉଲ୍ଲାସ ।
ଏହି ଅବସରରେ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ମୋର ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମା’ଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ।