କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଦାବି…

କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଓ ଆସନ୍ତା ଏହି ଉତ୍ସବରେ କଟକ ପ୍ରଶାସନର ପ୍ଲଟଵଣ୍ଟନରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବୀପତ୍ର ପ୍ରଦାନ।

ସଂଜୟଶତପଥୀ(କଟକ):ପ୍ରାଚୀନ ଉତ୍କଳର ରାଜଧାନୀ, ଐତିହାସିକ ସହର, ଉତ୍କଳର କଳା ପରମ୍ପରା, ସଂସ୍କୃତି ଆ-କା-ମା-ବୈ କୁ ଯାବୁଡି ରଖୂଥୂବା ରୂପାର ସହର କଟକ । ବହୁ ପୁରାତନ କାଳରୁ ହୋଇଆସୁଥିବା ଐତିହାସିକ ବାଲିଯାତ୍ରା ଉତ୍ସବ ଖାଲି ଓଡ଼ିଶା କିମ୍ବା ଭାରତ ନୁହେଁ ସାରା ବିଶ୍ବରେ ଏକ ମୁକ୍ତାକାଶ ମହୋତ୍ସବ ରୂପେ ପରିଗଣିତ ହୁଏ।

ଉତ୍କଳର ସାଧବ ପୁଅମାନେ ବାଲିଦ୍ବୀପକୁ ବେପାର ବଣିଜର ଆଶାନେଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରା କରନ୍ତି।ଏହି ପୁରାତନ ସ୍ମୃତିକୁ ମନେରଖୂବାର ପ୍ରୟାସ ହିଁ ସପ୍ତଦିନବ୍ୟାପି ଏହି କଟକର ଐତିହାସିକ ବାଲିଯାତ୍ରା। ବହୁ ବ୍ୟବସାୟୀମାନେ ଏହି ବାଲିଯାତ୍ରାରୂପୀ ବ୍ୟବସାୟୀକ ଆସରରେ ନିଜର ଆସର, କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ ସଙ୍ଗୀତର ଆସର ସହ ସରକାରୀ ବେସରକାରୀସ୍ତରୀୟ ମେଳା ଅନୁଷ୍ଠିତ ହୋଇଥାଏ।

ବିଶ୍ଵବିଖ୍ୟାତ କୁମ୍ଭମେଳା ପରେ ଏହି ଉତ୍ସବ ଦ୍ବିତୀୟ ସ୍ଥାନ ହାସଲ କରିଛି। କିନ୍ତୁ ଦୁଃଖର ବିଷୟ ଯେ ଓଡ଼ିଶାରେ ଏହିଭଳି ଉତ୍ସବ ବା ମେଳାକୁ ଜାତୀୟ ମାନ୍ୟତା ଲାଗି ଓଡ଼ିଶା ସରକାରଙ୍କ ତରଫରୁ କୈ।ଣସି ପ୍ରୟାସ କରାଯାଇନାହିଁ। ଦ୍ଵିତୀୟରେ ପ୍ରତିବର୍ଷ ଏହି ମେଳା ବା ଉତ୍ସବରେ ବ୍ୟବସାୟୀଙ୍କ ଲାଗି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଲଭମୂଲ୍ୟରେ ପ୍ଲଟ ବଣ୍ଟନ କରାଯାଇଥାଏ।

କିନ୍ତୁ ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ବ୍ୟବସାୟୀକ ପ୍ଲଟ ବଣ୍ଟନରେ ମାତ୍ରାଧିକ ମୂଲ୍ୟ ଓ ନିଲାମ ପ୍ରକ୍ରିୟା ଯୋଗକରିଥୂଵା ଯୋଗୁଁ ସ୍ଥାନୀୟ ବ୍ୟବସାୟୀ, ଛୋଟ ଛୋଟ ବେପାରୀମାନେ ବ୍ୟବସାୟର ସୁଯୋଗ ହରାଇବାର ଆଶଙ୍କାକୁ ନେଇ ଆଜି ଐତିହାସିକ କଟକ ବାଲିଯାତ୍ରା ସୁରକ୍ଷା ମଞ୍ଚ ପକ୍ଷରୁ ସଭାପତି ଶ୍ରୀ ଦେବାଶିଷ ରାଉତ ଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ଶତାଧିକ ସଦସ୍ୟଙ୍କ ସହ କଟକର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚି କଟକର ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଓ ପ୍ଲଟଵଣ୍ଟନରେ ସ୍ଥାନୀୟ ପ୍ରଶାସନର ମନୋମୁଖୀ କାର୍ଯ୍ୟ ଲାଗି ଏକ ଦାବିପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମଞ୍ଚର ମୂଖ୍ୟ ଉପଦେଷ୍ଟା ଶ୍ରୀ ସଞ୍ଜିତ୍ ସାମଲ, ସଦସ୍ୟ ଶ୍ରୀ ସୁଜିତ ଦାସ, ଶ୍ରୀ ସାହିଲ ସିଂ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ଯଦି ଏହାର ‌ସମାଧାନ ତୁରନ୍ତ ନ ହୁଏ ତେବେ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବାରେ ହେଳା କରିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ମୋଦି ଆଜି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ,୧୫,୬୭୦ କୋଟି ଟଙ୍କା ର ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ...

Wed Oct 19 , 2022
ବାସ୍ତବବ୍ୟୁରୋ:ଆଜି ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ପହଞ୍ଚିବେ। ଏଠାରେ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ୧୫,୬୭୦କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ କରିବେ। PMO ଏହି ବିଷୟରେ ସୂଚନା ଅଂଶୀଦାର କରିଛି | PMO ଅନୁଯାୟୀ, ଅକ୍ଟୋବର ୧୯ ଏବଂ ୨୦ ରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ କରିବେ। ବୁଧବାର ଦିନ ସେ ଗାନ୍ଧିନଗରର ମହାତ୍ମା ମନ୍ଦିର ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ […]

You May Like

Pin It on Pinterest