ଚୀନରେ ତୃତୀୟ ଥର ପାଇଁ ଜିନପିଙ୍ଗ ସମ୍ଭାଳିବେ ଦେଶର ଶାସନ କ୍ଷମତା…

ବାସ୍ତବ ବ୍ୟୁରୋ: ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ରେକର୍ଡ ତୃତୀୟ ଥର ଚୀନର ସବୁଠୁ ଶକ୍ତିଶାଳୀ ନେତାଙ୍କ ପଦ ସମ୍ଭାଳିଛନ୍ତି। ଆଗାମୀ ୫ ବର୍ଷ ନିମନ୍ତେ ସେ ଏହି ଦାୟିତ୍ବ ତୁଲାଇବେ। ସେ ଚୀନ୍‌ର ସବୁଠୁ ବଡ଼ ଶକ୍ତିଶାଳୀ ଦଳ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଭାବରେ ପୁନଃ ନିର୍ବାଚିତ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ, ଚୀନରେ କ୍ଷମତାର ଚାବି କମ୍ୟୁନିଷ୍ଟ ପାର୍ଟି ହାତରେ ରହିଥାଏ ଜିୟେକି ଚୀନ ସେନାର ନେତୃତ୍ଵ କରିଥାଏ।

ଏକ ରିପୋର୍ଟ ଅନୁଯାୟୀ ସି ଜିନପିଙ୍ଗ୍ ତୃତୀୟ ଥର ସଫଳତା ପୂର୍ବକ ସବୁଠୁ ଶକ୍ତିଶାଳୀ ନେତା ପାଲଟିଛନ୍ତି। ଆଜି (ରବିବାର) ଗ୍ରେଟ ହଲ ଅଫ୍ ଦ ପିପୁଲରେ ହେଉଥିବା ୨୦ ତମ ରାଷ୍ଟ୍ରୀୟ କଂଗ୍ରେସରେ ସେ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ସି ଜିନପିଙ୍ଗ କହିଛନ୍ତି, “ଆପଣ ମୋ ଉପରେ ଯେଉଁ ଭରସା କରିଥିଲେ, ସେଥିପାଇଁ ମୁଁ ଦଳକୁ ସଚ୍ଚୋଟତାର ସହ ଧନ୍ୟବାଦ ଦେଉଛି ।”

ଶନିବାର ଦିନ ୨୦ଶ ମହାସଭା ସମାବର୍ତ୍ତନରେ ଦେଇଥିବା ସଂକ୍ଷିପ୍ତ ମନ୍ତବ୍ୟରେ ସି’ କହିଛନ୍ତି ଯେ, ଦଳର ସାମଗ୍ରିକ ନେତୃତ୍ବକୁ ବଜାୟ ରଖିବା ଓ ସୁଦୃଢ଼ କରିବାର ଆବଶ୍ୟକତା ଅଛି ବୋଲି ସମ୍ବିଧାନ ସଂଶୋଧନ ସୂଚନା ଦେଉଛି। ସଂଗ୍ରାମ କରିବାର ଦୁଃସାହସ କର, ଜିଣିବାକୁ ଦୁଃସାହସ କର, ଅପ୍ରୀତିକର ବିଷୟ ଚିନ୍ତା ନ କରି କଠିନ ଶ୍ରମ କର। ଅଗ୍ରଗତି ବଜାୟ ରଖିବାକୁ ପ୍ରତିବଦ୍ଧ ହୁଅ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମେଲବର୍ଣ୍ଣରେ ଦୀୱାଲି ସବୁଠାରୁ ବଡ କ୍ରିକେଟ ଗ୍ରାଉଣ୍ଡ ରେ ପାକିସ୍ତାନକୁ ଧୁଳି ଚଟାଇଲା ଭାରତ, ଜିତିଲା ବିଶ୍ୱକପ୍...

Sun Oct 23 , 2022
ବାସ୍ତବ ବ୍ୟୁରୋ: ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏସିଆ କପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି ଭାରତ । ଭାରତୀୟ ଫ୍ୟାନ୍‌ମାନଙ୍କୁ ଦୀପାବଳିର ଉପହାର ଦେଇଛି ଟିମ୍ ଇଣ୍ଡିଆ । ଖେଳ ଅତି ରୋମାଞ୍ଚକର ଥିଲା । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ୯୦ ହଜାର ଦର୍ଶକ ପହଞ୍ଚିଥିଲେ । ଭାରତୀୟ ଟିମର ଅଧିନାୟକ […]

You May Like

Pin It on Pinterest